ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମନ୍ତ୍ରିମଣ୍ଡଳର ଅଦଳବଦଳକରିବା ସହିତ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ସମେତ ରାଜ୍ୟର ସବୁ ନିଗମର ଅଧ୍ୟକ୍ଷ, ବିଭିନ୍ନ ବିଭାଗର ଉପଦେଷ୍ଟାଙ୍କଠାରୁ ଦାୟିତ୍ବ ପ୍ରତ୍ୟାହାର କରିନିଆଯାଇଛି। ଏହି ପଦପଦବୀରେ ଅବସ୍ଥାପିତ ହୋଇଥିବା ମୋଟ ୨୩ଜଣ ରାଜନୀତିକ ବ୍ୟକ୍ତି ଆସନ୍ତାକାଲିଠୁ ନିଜର ପଦ ହରାଇଛନ୍ତି । ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଦେବାଶୀଷ ମହାନ୍ତି, ଈଶ୍ୱର ପାଣିଗ୍ରାହୀ, ପ୍ରଭାତଆଦିତ୍ୟ ମିଶ୍ର, ଅସିତ ପଟ୍ଟନାୟକ, ଅମରେନ୍ଦ୍ର ଦାସ, ମୀନକେତନ ଅମାତ୍ , ଚିନ୍ମୟ ସାହୁ, ଶ୍ରୀମୟୀ ମିଶ୍ର, ଅମରେଶ ପତ୍ରୀ, ସତ୍ୟବ୍ରତ ତ୍ରିପାଠୀ, ବିଜୟ ନାୟକ, ପ୍ରିୟଦର୍ଶୀ ମିଶ୍ର, ସଂଗ୍ରାମ କେଶରୀ ପାଇକରାୟ, ଅନୁଭବ ପଟ୍ଟନାୟକ, କୃତ୍ତିବାସ ପାତ୍ର, ଉତ୍କଳ କେଶରୀ ପରିଡ଼ା, ଦେବାଶୀଷ ମଲ୍ଲିକ, ଜନ୍ମେଜୟ ଲେଙ୍କା, ରାମଚନ୍ଦ୍ର ପଣ୍ଡା, ଲୋପାମୁଦ୍ରା ବକ୍ସିପାତ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ସୁଧୀର ଦାସ ସାମିଲ ଅଛନ୍ତି । ଏହି ନେତାମାନଙ୍କୁ ୨୦୧୯ ଅଗଷ୍ଟ ମାସରେ ବିଭିନ୍ନ ନିଗମ ଓ ବୋର୍ଡ ଅଧ୍ୟକ୍ଷ ସମେତ ବିଭାଗର ପରାମର୍ଶଦାତା ପଦବୀରେ ଅବସ୍ଥାପିତ କରାଯାଇଥିଲା।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଜଳିଗଲା ବସ୍,୧୦ ମୃତ……