Report Card Odisha

| Daily Odia News

ଧନୀ ହେବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଚାଣକ୍ୟ ନୀତି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୀବନରେ ସଫଳତା ପାଇଁ ବିଭିନ୍ନ ନୀତି ବିଷୟରେ କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ । ତାଙ୍କ ନୀତିବାଣୀ ଜୀବନରେ କୌଣସି ନା’ କୌଣସି ପ୍ରକାରେ ବାସ୍ତବିକ୍ ସତକୁ ଦେଖାଇଥାଏ । ତାଙ୍କର ବିଚାରକୁ ଆପଣ ହୁଏତ ଅଣଦେଖା କରିଦିଅନ୍ତି କିନ୍ତୁ ଏହା ଜୀବନର ସବୁ ପରିସ୍ଥିତିରେ ଆପଣଙ୍କୁ ସାହାଯ୍ୟ କରିବେ । ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ଧାନ ଲାଭ ବିଚାର ଉପରେ କହିବୁ । ଚାଣକ୍ୟ ନୀତି ଅନୂଯାୟୀ, ଯଦି ଆପଣ ଭଗବାନଙ୍କୁ ପ୍ରସନ୍ନ କରିବାକୁ ଚାହୁଛନ୍ତି ତେବେ ଏଥିପାଇଁ କିଛି ଉପାୟ କରିବା ଜରୁରୀ । ଚାଣକ୍ୟଙ୍କ ଅନୂଯାୟୀ, ନିଜ ହାତରେ ଇଶ୍ୱରଙ୍କ ପାଇଁ ମାଳା ତିଆରି କରିବା ଦରକାର । ଏମିତି କରିବା ଦ୍ୱାରା ଘରେ ସୁଖ ଶାନ୍ତି ଏବଂ ଧନ ସଂମ୍ପନ୍ନତା ଆସିଥାଏ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ଭଗବାନଙ୍କୁ ଚଢ଼ାଇବା ପାଇଁ ଅନ୍ୟ କାହାଦ୍ୱାରା ପ୍ରସ୍ତୁତ ହୋଇଥିବ ଚନ୍ଦନ ଚଢ଼ାଇବା କଥା ନୁହେଁ । ଭଲ ହେବ ଆପଣ ନିଜେ ନିଜ ହାତରେ ଚନ୍ଦନ ଘଷି ଭଗବାନଙ୍କୁ ଅର୍ପଣ କରନ୍ତୁ । ଚାଣକ୍ୟଙ୍କ କହିବା ଅନୂଯାୟୀ ଅନ୍ୟଙ୍କ ଦ୍ୱାରା ଲିଖିତ ସ୍ତୁତିରେ ଆପଣଙ୍କ ଭାବ ଭଗବାନଙ୍କ ପାଖରେ ଠିକ୍ ଭାବରେ ପହଞ୍ଚିନଥାଏ । ଏମିତିରେ ଆରାଧ୍ୟଙ୍କ ପ୍ରତି ନିଜ ଭାବକୁ ପ୍ରକଟ କରିବା ପାଇଁ ନିଜେ ଭଗବାନଙ୍କ ସ୍ତୁତି ଲେଖନ୍ତୁ । ଚାଣକ୍ୟଙ୍କ ଅନୂଯାୟୀ, ଅର୍ଥ ଉପାର୍ଜନ କରିବା ପାଇଁ ବ୍ୟକ୍ତିଙ୍କ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିବା ଦରକାର । ଯଦି ଲକ୍ଷ୍ୟ ନିର୍ଦ୍ଧାରଣ ହୋଇନାହିଁ ତେବେ ତାହା ସଫଳତା ହାସଲ କରିପାରିବ ନାହିଁ । ଚାଣକ୍ୟଙ୍କ ଅନୂଯାୟୀ, ଧନ ସମ୍ବନ୍ଧୀୟ କାର୍ଯ୍ୟର ସୂଚନା କାହାରିକୁ ଦେବା କଥା ନୁହେଁ ।

 

Breaking News