ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଏବେ ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ବା ହିଟ୍ ଓ୍ବେଭ୍ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ରାଜ୍ୟରେ ଏବେ ହିଟ୍ ଓ୍ବେଭ୍ ଜାରି ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ସତର୍କ କରିଛି। ଶନିବାର ଝାରସୁଗୁଡା ଏବଂ ସମ୍ବଲପୁରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେର୍ଡ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଶୁକ୍ରବାର ରାଜ୍ୟର ୧ ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା। ୪୦.୬ ଡିଗ୍ରୀ ସହିତ ଝାରସୁଗୁଡା ପୁଣି ଥରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ହୀରାକୁଦରେ ୪୦.୨ ଡିଗ୍ରୀ, ସମ୍ବଲପୁର ୩୯.୯ ଡିଗ୍ରୀ, ସୁନ୍ଦରଗଡ଼ ୩୯.୫ ଡିଗ୍ରୀ, ସୋନପୁର ୩୮.୮ ଡିଗ୍ରୀ, ବରଗଡ଼ ୩୮.୮ ଡିଗ୍ରୀ, ଭବାନୀପାଟଣାରେ ୩୮.୫ ଡିଗ୍ରୀ, ନୂଆପଡା ୩୮.୫ ଡିଗ୍ରୀ, ଟିଟିଲାଗଡ ୩୮.୫ ଡିଗ୍ରୀ, ବଲାଙ୍ଗୀର ୩୮ ଡିଗ୍ରୀ, ବାରିପଦା ୩୮ ଡିଗ୍ରୀ, ତାଳଚେର ୩୮ ଡିଗ୍ରୀ, ଅନୁଗୋଳ ୩୭.୭ ଡିଗ୍ରୀ ଏବଂ ଢେଙ୍କାନାଳରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିଲା। ତେବେ ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଶୁକ୍ରବାର ଏଥିରେ ହ୍ରାସ ପାଇ ୩୪.୨ ଡିଗ୍ରୀ ରେକର୍ଡ ହୋଇଛି। ଅପରପକ୍ଷେ ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବାନେଇ ସୂଚନା ଦିଆଯାଇଛି। କେନ୍ଦୁଝର, ଢ଼େଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଏବଂ ନବରଙ୍ଗପୁର ଆଦି ଜିଲାରେ ବର୍ଷା ହେବ। ତେବେ ରବିବାର କେନ୍ଦୁଝର ଏବଂ ମୟୂରଭଞ୍ଜକୁ ଘଡ଼ଘଡ଼ି ସହ ବର୍ଷା ଓ ପବନ ନେଇ ଓ୍ବେଲୋ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ସୋମବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।






More Stories
୧୬ରେ ବିଧାନସଭା ବୈଠକ ବନ୍ଦ…..
ବିଜେପି ଛାଡ଼ିଲେ ଜୀବନ ପ୍ରଦୀପ ଦାଶ….
ବିଜୁଳି ଘଡ଼ଘଡ଼ି ସହ ବର୍ଷା!…..