Report Card Odisha

| Daily Odia News

ଆପ ପ୍ରାର୍ଥୀ କୁଲଦୀପ କୁମାର ହେବେ ଚଣ୍ଡୀଗଡ଼ ମେୟର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଣ୍ଡୀଗଡ଼ ମେୟର ନିର୍ବାଚନରେ ସମ୍ପୃକ୍ତ ନିର୍ବାଚନ ଅଧିକାରୀ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବା ଲାଗି ଆପ ପ୍ରାର୍ଥୀଙ୍କ ଭୋଟକୁ ନାକଚ କରିଦେଇଥିଲେ | ନିର୍ବାଚନରେ ହୋଇଥିବା ହେରଫେର ମାମଲାର ଆଜି ଶୁଣାଣି କରି
ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ରିଟର୍ଣ୍ଣିଂ ଅଫିସର ସୀମା ବାହାରକୁ ଯାଇ ଏଭଳି ଜଘନ୍ୟ ଅପରାଧ କରିଛନ୍ତି ଓ ସେଥିପାଇଁ ଦଣ୍ଡ ପାଇବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡ଼ି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ସୁପ୍ରିମକୋର୍ଟ ପୁରୁଣା ନିଷ୍ପତ୍ତିକୁ ଖାରଜ କରିବା ସହ ଆମ ଆଦମୀ ପାର୍ଟି ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜୟୀ ଘୋଷଣା କରିଛନ୍ତି। ଆହୁରି ମଧ୍ୟ କୋର୍ଟ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଖାରଜ ହୋଇଥିବା ୮ଟି ଭୋଟକୁ ସଠିକ ଦର୍ଶାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହି ୮ଟି ଭୋଟକୁ ରିଟର୍ଣ୍ଣିଂ ଅଫିସର ଛକି ଚିହ୍ନ ମାରି ଅମାନ୍ୟ ଘୋଷଣା କରିଥିଲେ। ଗତକାଲି ସମ୍ପୃକ୍ତ ରିଟର୍ଣ୍ଣିଂ ଅଫିସର କୋର୍ଟରେ ନିଜ ଦୋଷ ସ୍ୱୀକାର କରିବା ସହ ସମସ୍ତ ଦସ୍ତାବିଜ ଓ ଭିଡିଓ ରେକର୍ଡିଙ୍ଗ ଜମା କରିଥିଲେ।

 

Breaking News