Report Card Odisha

| Daily Odia News

ଆସନ୍ତାକାଲି ଚନ୍ଦ୍ର ଗ୍ରହଣ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆସନ୍ତକାଲି ରାସପୂର୍ଣ୍ଣିମା | ଏହାକୁ ଡଙ୍ଗା ଭସା ପୂର୍ଣ୍ଣିମା ମଧ୍ୟ କୁହନ୍ତି | ଶ୍ରୀମନ୍ଦିରରେ ମହାପ୍ରଭୁ ସୁନା ବେଶ ହୋଇଥାନ୍ତି | ଚନ୍ଦ୍ର ଗ୍ରହଣ ଥିବାରୁ ରାତି ୧୨.୩୦ ରୁ ମନ୍ଦିର ଦ୍ୱାର ଖୋଲିବ | ଶ୍ରୀଜୀଉଙ୍କର ନୀତିକାନ୍ତି  ଆରମ୍ଭ  ହୋଇ ୨ ଟା ୩୦ ସୁଦ୍ଧା ଶେଷ ହେବ ସୁନାବେଶ | ମାସଯାକ ହବିଷ କରି କାର୍ତ୍ତିକ ବ୍ରତ ପାଳନକରି ଡଙ୍ଗା ଭସାଇଲେ ପୁର୍ଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି | ଯେହେତୁ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ରହିଛି ଶ୍ରଦ୍ଧାଳୁ ମାନଙ୍କୁ ଡଙ୍ଗା ଭସାଇବାକୁ ଅସୁବିଧା ହେବ | କିନ୍ତୁ ରାତି ୨ ଟାରୁ ଭୋର ୫ ଟା ୩୮ ଯାଏଁ ଡଙ୍ଗା ଭାସିଇ ପାରିବେ | ସକାଳ ୮ ଟା ୨୯ ରୁ ସନ୍ଧ୍ୟା ୬ ଟା ୧୯ ଯାଏଁ ପକା ତ୍ୟାଗ ରହିଛି |

Breaking News