Report Card Odisha

| Daily Odia News

ଆସନ୍ତାକାଲି ଲଞ୍ଚ ହେବ ଚନ୍ଦ୍ରୟାନ-୩….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତାକାଲି ଭାରତର ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସତୀଶ ଧାୱନ ଲଞ୍ଚ୍ ପ୍ୟାଡରୁ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩। ଏଥିପାଇଁ ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଗତକାଲି ରିହରସଲ୍ ସରିଛି। ଏହି ଯାତ୍ରା ସଫଳ କରି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ(ଇସ୍ରୋ)। ଯଦି ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ହୋଇଯିବ ବିଶ୍ୱର ଚତୁର୍ଥ ଦେଶ। ଏହା ପୂର୍ବରୁ ଆମେରିକା, ଚୀନ ଏବଂ ରୁଷିଆ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିସାରିଛନ୍ତି। ତେବେ ଚନ୍ଦ୍ରପୃଷ୍ଠ ଯାତ୍ରା ପାଇଁ ଏହା ଇସ୍ରୋର ତୃତୀୟ ପ୍ରୟାସ। ଏହା ପୂର୍ବରୁ ଦୁଇ ଦୁଇ ଥର ଉଦ୍ୟମ କରି ବିଫଳ ହୋଇଛି ଇସ୍ରୋ। ଶେଷଥର ପାଇଁ ୨୦୧୯ ଜୁଲାଇ ୨୨ରେ ଦ୍ୱିତୀୟ ପ୍ରୟାସ କରିଥିଲା ଭାରତ। ଲାଣ୍ଡର ବିକ୍ରମର ଅବତରଣ ବିଫଳ ହେବାରୁ ଭାରତର ମୁନ୍ ମିଶନ୍ ଅଧାରେ ରହିଯାଇଥିଲା। ତେଣୁ ଚନ୍ଦ୍ରଯାନ-୩ ରେ ଯେପରି କୌଣସି ତ୍ରୁଟି ନ ହେବ ସେଥିପାଇଁ ବିଶେଷ ଧ୍ୟାନ ଦେଇଛି ଇସ୍ରୋ। ଏହାର ବିଶେଷତା ହେଉଛି ଚନ୍ଦ୍ରଯାନ-୩ ପୃଥିବୀକୁ ୫ରୁ ୬ ଥର ପରିକ୍ରମା କରିବ। ଏହି ପରିକ୍ରମା ସମୟରେ ଏହା ପୃଥିବୀର ୧୭୦ କିଲୋମିଟର ନିକଟତର ହେବ ଏବଂ ୩୬,୫୦୦ କିଲୋମିଟର ଦୂରକୁ ଯିବ। ଏହା ଆଗାମୀ ଯାତ୍ରା ପାଇଁ ଆବଶ୍ୟକୀୟ ବେଗ ହାସଲ କରିବ। ଏହା ଚନ୍ଦ୍ରର ୧୦୦ କିଲୋମିଟର ଉଚ୍ଚ କକ୍ଷପଥରେ ପହଞ୍ଚିବ। ଚନ୍ଦ୍ରରେ ମଧ୍ୟ ଏଲିପ୍ଟିକାଲ୍ କକ୍ଷପଥ ତିଆରି କରିବା ପରେ ଏକ ସ୍ଥିର ସ୍ଥିତି ହାସଲ କରିବ। ଏହା ପରେ ଚନ୍ଦ୍ରାୟଣ-୩ ଚନ୍ଦ୍ରର ଦକ୍ଷି ପୋଲରେ ଅବତରଣ ପ୍ରକ୍ରିୟା ଆରମ୍ଭ କରିବ।

 

Breaking News