Report Card Odisha

| Daily Odia News

୧୪ରେ ‘ଚନ୍ଦ୍ରଯାନ-୩’ ଉତ୍‌କ୍ଷେପଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ ତାରିଖରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ଜୁଲାଇ ୧୩ରେ ‘ଚନ୍ଦ୍ରଯାନ-୩’ର ଉତ୍‌କ୍ଷେପଣ ନେଇ ପୂର୍ବରୁ ସ୍ଥିର ହୋଇଥିବା ବେଳେ ଗୁରୁବାର ଉତ୍‌କ୍ଷେପଣ ଜୁଲାଇ ୧୪ରେ ହେବ ବୋଲି ଇସ୍ରୋ ଟ୍ୱିଟ କରି ଜଣାଇଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ ସେଣ୍ଟର ଲଞ୍ଚ୍ ପ୍ୟାଡ୍‌ରୁ ଏହାକୁ ଉତ୍‌କ୍ଷେପଣ କରାଯିବ। ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍.ସୋମନାଥ। ଜୁଲାଇ ୧୩ରେ ଉତ୍‌କ୍ଷେପଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ପ୍ରକାଶ କରିଥିଲେ। ସେ ସୂଚନା ଦେଇଥିଲେ ଯେ ଆବଶ୍ୟକ ସ୍ଥଳେ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଏହି ମିଶନ୍‌ ଜାରି ରହିବ। ତେବେ ଆମେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସକ୍ଷମ ହେବୁ ବୋଲି ଏସ୍.ସୋମନାଥ କହିଥିଲେ।

Breaking News