ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇତିହାସ ରଚିଛି ଭାରତ। ଚନ୍ଦ୍ରପୃଷ୍ଠରେ ଉଡ଼ିଲା ତ୍ରିରଙ୍ଗା। ଇସ୍ରୋର ମିଶନ ଚନ୍ଦ୍ର ସଫଳ ହୋଇଛହି । ୪ ବର୍ଷ ତଳେ ଇସ୍ରୋ ସଫଳତାର ଅତି ନିକଟରେ ପହଞ୍ଚି ଫେଲ ମାରିଥିଲା। କିନ୍ତୁ ଏବେ ସଂସ୍ଥା ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଳତାର ସହ ଅବତରଣ କରାଇପାରିଛି। ଏବେ ରୋଭର୍ ପ୍ରଜ୍ଞାନ ୧୪ ଦିନ କାଳ ଚନ୍ଦ୍ର ପୃଷ୍ଟରେ ରହି ସେଠାରୁ ତଥ୍ୟ ଭାରତକୁ ପଠାଇବ।୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ବିକ୍ରମ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇଛି। । ପୂର୍ବରୁ ଆମେରିକା, ରୁଷ ଓ ଚୀନ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିଥିଲେ ମଧ୍ୟ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହେବାର ଗୌରବ ହାସଲ କରିଛି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..