Report Card Odisha

| Daily Odia News

ଅଗଷ୍ଟ ୨୩ କିମ୍ବା ୨୪ରେ ଚନ୍ଦ୍ରଯାନ-୩ ଅବତରଣ କରିବ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ଚନ୍ଦ୍ରଯାନ-୩ ମିସନ ସଫଳତାର ସହ ପୃଥିବୀର କକ୍ଷପଥରେ ପ୍ରବେଶ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୩ ଉତକ୍ଷେପଣ କରାଯାଇଛି । ଏହା ପରେ ଏବେ ସମସ୍ତଙ୍କ ଆଖି ଚନ୍ଦ୍ରପୃଷ୍ଠରେ ଏହାର ସଫ୍ଟ ଲାଣ୍ଡିଙ୍ଗ୍ ଉପରେ ରହିଛି । ଚନ୍ଦ୍ରଯାନ-୩ ମହାକାଶଯାନରେ ୩ଟି ଲ୍ୟାଣ୍ଡର/ରୋଭର ଏବଂ ପ୍ରୋପଲସନ ମଡ୍ୟୁଲ ରହିଛି । ପ୍ରାୟ ୪୦ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୩ କିମ୍ବା ୨୪ତାରିଖରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବେ । ଦୁହେଁ ୧୪ ଦିନ ଧରି ଚନ୍ଦ୍ରର କକ୍ଷପଥରେ ପରିକ୍ରମଣ କରିବା ପରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ । କିନ୍ତୁ ପ୍ରୋପଲସନ ମଡ୍ୟୁଲ ଚନ୍ଦ୍ରର ପରିକ୍ରମଣ କରି ଚନ୍ଦ୍ରକୁ ପୃଥିବୀକୁ ଆସୁଥିବା ବିକିରଣ ଉପରେ ଅଧ୍ୟୟନ କରିବ । ଚନ୍ଦ୍ରଯାନ-୩ ମିସନ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Breaking News