ରିପୋର୍ଟ କାର୍ଡ / ଜଗତସିଂହପୁର
ଜଗତସିଂହପୁର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା ମନ୍ଦିରରେ ଘିଅ ବଦଳା ଯାଇଛି । ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଘିଅ ଫେରସ୍ତ ପରେ ଆସିଲା ନୂଆ ଘିଅ । ବ୍ୟବହାର ପାଇଁ ଓମ୍ଫେଡ୍ ପକ୍ଷରୁ ୧୫ ଟିଣ ନୂଆ ଘିଅ ଆସିଲା । ନିମ୍ନମାନର ଘିଅ ବ୍ୟବହାର ନେଇ ଅଭିଯୋଗ ପରେ ଘିଅ ଯାଞ୍ଚ ହୋଇଥିଲା । ସୂଚନା ଯୋଗ୍ୟ, ଅକ୍ଟୋବର ୪ ଶୁକ୍ରବାର ଦିନ ଜଗତସିଂହପୁର ଶାରଳା ମନ୍ଦିରରେ ଫୁଡ୍ ଇନ୍ସପେକ୍ଟର ନିମ୍ନାମାନର ଘିଅ ବ୍ୟବହାର ହେଉଥିବା ନେଇ ଅଭିଯୋଗ ହେବା ପରେ ଟିମ୍ ପହଞ୍ଚି ଯାଞ୍ଚ କରିଥିଲେ। ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ ପାଇଁ ନମୁନା ସଂଗ୍ରହ କରିଥିଲେ। ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ବଡପଣ୍ଡା ଅଭିଯୋଗ କରିଥିଲେ।






More Stories
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..