Report Card Odisha

| Daily Odia News

ଖେଳରତ୍ନ ପୁରସ୍କାର ନାମକରଣକୁ ନେଇ ଜୋର ଧରିଛି ରାଜନୀତି, ମୋଦି ସରକାରକୁ ଟାର୍ଗେଟ କରିଛି କଂଗ୍ରେସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ସର୍ବୋଚ୍ଚ ଖେଳରତ୍ନ ପୁରସ୍କାର ନାମକରଣ ବଦଳିବା ପରେ ରାଜନୀତି ଜୋର ଧରିଛି | ଏହାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି | କଂଗ୍ରେସ ‘ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର’ର ନାମ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ କରାଯିବା ନିଷ୍ପତ୍ତିକୁ ଶୁକ୍ରବାର ସ୍ଵାଗତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାନ ହକି ଖେଳାଳିଙ୍କ ନାମର ଉପଯୋଗ ନିଜର ରାଜନୈତିକ ନିହିତସ୍ଵାର୍ଥ ପାଇଁ କରିଥିବା ଅଭିଯୋଗ କରିଛି କଂଗ୍ରେସ । ଦଳର ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି, ଏବେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଏବଂ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମର ନାମ ମଧ୍ୟ ବଦଳିବା ଉଚିତ୍। ପାର୍ଟିର ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦେଶର ନାୟକ ଅଟନ୍ତି, ଯିଏ କୌଣସି ପୁରସ୍କାରରେ ନୁହେଁ ବରଂ ନିଜର ବଳିଦାନ, ବିଚାର ଓ ଆଧୁନିକ ଭାରତର ନିର୍ମାଣ ପାଇଁ ପରିଚିତ। ରାଜୀବ ଏହି ଦେଶ ପାଇଁ ନାୟକ ଥିଲେ ଏବଂ ରହିବେ ବୋଲି ସୁରଜେଓ୍ଵାଲା କହିଛନ୍ତି। ସେ କହିଛନ୍ତି, ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ସମ୍ମାନକୁ କଂଗ୍ରେସ ସ୍ଵାଗତ କରୁଛି। ମାତ୍ର ନରେନ୍ଦ୍ର ମୋଦୀ ଜୀ ତାଙ୍କର ନାମ ନିଜର ରାଜନୈତିକ ଉଦ୍ଦେଶ୍ୟ ପାଇଁ ନଟାଣିଲେ ଭଲ ହୁଅନ୍ତା। ତଥାପି ମେଜର ଧ୍ୟାନଚାନ୍ଦଙ୍କ ନାମରେ ପୁରସ୍କାରର ନାମ ରଖାଯିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ ବୋଲି ସୁରଜେଓ୍ଵାଲା କହିଛନ୍ତି। ସେ ଅଭିଯୋଗ କରିଛନ୍ତି, ଅଲିମ୍ପିକ ବର୍ଷରେ ଯେବେ କ୍ରୀଡାର ବଜେଟ୍ ହ୍ରାସ କରାଯାଇଥିବାରୁ ନରେନ୍ଦ୍ର ମାଦୀ ଏହା ଉପରୁ ଧ୍ୟାନ ହଟାଇବା କାମ କରୁଛନ୍ତି। କେତେବେଳେ କୃଷକଙ୍କ ସମସ୍ୟାରୁ ତ କେବେ ପେଗାସସ ଗୁଇନ୍ଦାଗିରି ମାମଲାରୁ ଏବଂ ଆଉ କେବେ ଦରବୃଦ୍ଧି ପ୍ରସଙ୍ଗ ଉପରୁ ଜନତାଙ୍କ ଧ୍ୟାନ ହଟାଇବାକୁ ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର।

Breaking News