ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳ ବଦଳ ହୋଇଛି | ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ମ୍ୟୁଜିୟମ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାର ସେସଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ବ୍ରହ୍ମପୁର ଆରଡିସି ଅଫିସକୁ ତାଙ୍କର ପୂର୍ବ ବଦଳିକୁ ବାତିଲ କରାଯାଇଛି। ବରିଷ୍ଠ ଓଏଏସ୍ ଅଫିସର ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ରାଜ୍ୟ ମ୍ୟୁଜିୟମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେହିପରି କଟକ ମହାନଗର ନିଗମର ଡେପୁଟି କମିଶନର ସଞ୍ଜିବିତା ରାୟଙ୍କୁ କଟକସ୍ଥିତ ଟେକନିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଓଏଏସ୍ ବିନୋଦ କୁମାର ଜେନାଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ଜେନା ଏବେ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ଅଛନ୍ତି। ସେହିପରି କଟକସ୍ଥିତ ଟେକନିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶାଳୟର ଡେପୁଟି ନିର୍ଦ୍ଦେଶିକା ଅନାମିକା ସିଂଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟକୁ ଡେପୁଟି ସିଇଓ ଭାବେ ବଦଳି ହୋଇଛି।






More Stories
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..
ପ୍ରଭାତୀଙ୍କ ବିରୁଦ୍ଧରେ ଏକାଠି ହେଲେ ସମୀରଙ୍କ ଗୋଷ୍ଠୀ……