ରିପୋର୍ଟ କାର୍ଡ / ଭୁବନେଶ୍ବର
ଠକେଇ ଅଭିଯୋଗରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି । ଦିଲ୍ଲୀ ଉତ୍ତମ ନଗରର ଚାଟାର୍ଡ ଆକାଉଣ୍ଟାଣ୍ଟ ନୀରଜ କୁମାରଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ୬ କୋଟି ୧୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ସୂଚନା ମିଳିଛି । ନୀରଜଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇ SDJMଙ୍କ କୋର୍ଟରେ ହାଜର କରାଯିବ । ଖବର ଅନୁଯାୟୀ, ୨୦୧୩-୨୦୧୬ ପର୍ଯ୍ୟନ୍ତ ବାପୁଜୀ ନଗର PNBରେ ବ୍ୟାଙ୍କ ମ୍ୟାନେଜର ଭାବେ କାମ କରୁଥିଲେ ନୀରଜ । ୨୦୧୬ରେ ସେ PNB ବ୍ୟାଙ୍କରୁ ଇସ୍ତଫା ଦେଇଥିଲେ ବି ବ୍ୟାଙ୍କକୁ ଆସୁଥିଲେ ।ଏହି ସମୟରେ କିଛି ବ୍ୟାଙ୍କ ଅଧିକାରୀଙ୍କ ସହଯୋଗରେ ଜାଲ୍ ଡକ୍ୟୁମେଣ୍ଟ ନେଇ ଲୋନ୍ କରାଇ ଦେଉଥିଲେ । ପୂର୍ବରୁ ଏହି କେସ୍ରେ କେପି ସଲ୍ୟୁସନର ମୁଖ୍ୟ କାଳୀ ପ୍ରସାଦ ମିଶ୍ର, ବାପୁଜୀ ନଗର PNB ବ୍ୟାଙ୍କର ପୂର୍ବତନ ସିନିୟର ମ୍ୟାନେଜର କ୍ରେଡିଟ୍ ଶ୍ରୀକାନ୍ତ ପ୍ରସାଦ ପୃଷ୍ଟି, PNBରେ ବ୍ୟାଙ୍କର ପୂର୍ବତନ ଚିଫ୍ ମ୍ୟାନେଜର ବୀରେନ୍ଦ୍ର କୁମାର ପଟ୍ଟନାୟକ, ପୂର୍ବତନ ବ୍ୟାଙ୍କ ମ୍ୟାନେଜର ନରେନ୍ଦ୍ର ନାୟକ , Ubique multitech Private ltdର ଏମଡି ପ୍ରକାଶ କୁମାର ବେହେରାଙ୍କୁ ଗିରଫ କରାଯାଇଛି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..