Report Card Odisha

| Daily Odia News

ଟ୍ରକ ଓ ପିକଅପ୍‌‌ ଧକ୍କା, ୧୧ ମୃତ,୨୦ ଆହତ…..

ରିପୋର୍ଟ କାର୍ଡ / ରାୟପୁର

ଛତିଶଗଡର ଭାଟାପାରାର ଗ୍ରାମ ଖମରିଆ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି | ଏକ ଟ୍ରକ ଓ ପିକଅପ୍‌‌ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଧକ୍କା ହୋଇଥିଲା । ଆହତଙ୍କୁ ଉଦ୍ଧାର କରାଯାଇ ଭାଟାପାରାର ବଲୋଦା ବଜାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

Breaking News