Report Card Odisha

| Daily Odia News

ଗଛରେ ପିଟି ହେଲା କାର,ଶିଶୁ ସମେତ ୬ ମୃତ…..

ରିପୋର୍ଟ କାର୍ଡ / ଛତିଶଗଡ଼

ରାସ୍ତା କଡରେ ଥିବା ଗଛରେ କାର ପିଟି ହୋଇ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି | ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଛତିଶିଗଡ ସୀମାର ନିକଟବର୍ତ୍ତୀ ନୂଆପଡା ଜିଲ୍ଲାର ଜ୍ୟୋଙ୍କ ଥାନା ଅନ୍ତର୍ଗତ ସୁନସୁନିଆରେ । ସମସ୍ତ ମୃତକ ଛତିଶିଗଡର ମହାସମୁନ୍ଦ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ମୃତକଙ୍କ ୬ ଜଣଙ୍କ ମଧ୍ୟରେ ଜଣେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ ମଙ୍ଗଳବାର ଅପରାହ୍ନ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସଭିଏଁ ଏକ ବିବାହ ସମାରୋହରେ ଯୋଗ ଦେବାକୁ ଯାଉଥିଲେ। ସୁନସୁନିୟା ସ୍ଥିତ ମହାମାୟା କଲେଜ ନିକଟରେ ନୂଆପଡା-ବରଗଡ ଏକ୍ସପ୍ରେସ ୱେରେ କାର ଚାଳକଙ୍କ କାର ଉପରୁ ନିୟନ୍ତ୍ରଣ ହଟିବାରୁ ରାସ୍ତାରୁ ୧୦ ଫୁଟ ତଳକୁ ଖସି ଏକ ଗଛରେ ପିଟି ହୋଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

 

Breaking News