Report Card Odisha

| Daily Odia News

ଛାତ୍ରକୁ ଛାତରୁ ଓଲଟା ଲଟକାଇଦେଲେ ପ୍ରିନ୍ସପାଲ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁପଚୁପ୍ ଖାଇବାରୁ ଛାତ୍ରକୁ ଛାତରୁ ଓଲଟା ଲଟକାଇଦେଲେ ପ୍ରିନ୍ସପାଲ୍ | ଏଭଳି ଘଟଣା ଘଟିଛି ମିର୍ଜାପୁରର ଏକ ଘରୋଇ ସ୍କୁଲରେ | ଗୁପଚୁପ୍ ଖାଇବାରୁ ପ୍ରିନ୍ସପାଲ୍ ରାଗରେ ଆସି ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରକୁ ଛାତରୁ ଓଲଟା ଲଟକାଇଦେଲେ । ତେବେ ଏହାର ଏକ ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ପରେ ପ୍ରିନ୍ସପାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି ଉଠିବାରେ ଲାଗିଛି । ଅନ୍ୟପଟେ ଛାତ୍ରର ବାପା ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି ।ସୂଚନାଯୋଗ୍ୟ, ଅହରୌରାରେ ରହୁଥିବା ରଞ୍ଜୀତ ଯାଦବଙ୍କ ପୁଅ ସୋନୁ ଯାଦବ ସଦ୍ଭାବନା ପ୍ରାଇଭେଟ୍ ସ୍କୁଲ୍ ରେ ଦ୍ୱିତୀୟ ଶ୍ରେଣୀରେ ପଢ଼େ । ଗୁରୁବାର ଦିନ ଦ୍ୱିପହରରେ ସ୍କୁଲ ବାହାରକୁ ଯାଇ ସୋନୁ ଗୁପଚୁପ୍ ଖାଇବାକୁ ଯାଇଥିଲା । ଏହି କଥା ପ୍ରଧାନଶିକ୍ଷକଙ୍କ କାନରେ ପଡ଼ିବା ପରେ ସୋନୁକୁ ଡାକିଥିଲେ ଏବଂ ତାକୁ ଦ୍ୱିତୀୟ ମହଲାକୁ ନେଇ ତାର ଗୋଡ ପଟରୁ ହାତରେ ଧରି ଛାତରୁ ଓଲଟା ଲଟକାଇ ଦେଇଥିଲେ । ଏହାର ଭିଡିଓ ଭାଇରାଲ୍ ପରେ ହଙ୍ଗାମା ହୋଇଯାଇଥିଲା । ମାମଲାର ସୂଚନା ପାଇବା ପରେ ବିଏସଏ ଗୌତମ ପ୍ରସାଦ, ଏବିଏସ୍ ଜମାଲପୁରଙ୍କୁ ଯାଞ୍ଚ ଓ ଛାତ୍ରର ବୟାନକୁ ନେଇ ସ୍କୁଲ୍ ର ପ୍ରଧାନଶିକ୍ଷକଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ସୋନୁର ବାପା ବିଳମ୍ବିତ ରାତିରେ ଖବର ପାଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ସୋନୁର ବାପା ଅଭିଯୋଗ କରିିଛନ୍ତି ଯେ, ପୂର୍ବରୁ ବି ସଂପୃକ୍ତ ପ୍ରଧାନ ଶିକ୍ଷକ ବିନା କାରଣରେ ସୋନୁକୁ ମାଡ଼ ମାରିଥିଲେ ।

 

Breaking News