ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜିଠୁ ବଢ଼ିଲା କଞ୍ଚା ଛେନା ଓ ପନୀର ଦର। ଛେନା କେଜି ପ୍ରତି ୧୫ ଟଙ୍କା ବଢ଼ିଥିବା ବେଳେ ପନିର କେଜି ପିଛା ୨୦ ଟଙ୍କା ବୃଦ୍ଧି ପାଇଛି। ହୋଲସେଲ୍ ଦରରେ କେଜି ପିଛା ଛେନା ଥିଲା ୧୬୫ଟଙ୍କା। ଏବେ ଦର ବଢ଼ି ୧୮୫ ଟଙ୍କା ହୋଇଛି। ସେହିପରି ପନୀର ହୋଲସେଲ ଦର ୨୦୦ ଟଙ୍କା କେଜି ଥିଲା। ଦର ବଢ଼ିବା ପରେ ଏବେ ୨୨୦ ହୋଇଛି। ଗତ ୪ ବର୍ଷ ହେଲା ଦର ବଢ଼ି ନଥିଲା। ଏବେ ଯେଉଁ ଦର ବଢ଼ିଲା ତାହା ଚାଷୀଙ୍କୁ ଦିଆଯିବ ବୋଲି ଭୁବନେଶ୍ୱର ମିଲ୍କ ପ୍ରଡକ୍ଟ ସେଲ୍ସ ଆସୋସିଏସନ ସମ୍ପାଦକ ବେଣୁଧର ବେହେରା କହିଛନ୍ତି। ଏହାରି ଭିତରେ ଓମ୍ଫେଡ୍ ଦୁଇ ଥର ଦର ବଢାଇ ସାରିଲାଣି ବୋଲି ସଂଘ ସୂଚନା ଦେଇଛି।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
କମିଲା ସୁନା ଓ ରୂପା ଦର…..
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..