Report Card Odisha

| Daily Odia News

ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣାରେ ଏଯାବତ ୩୪ଜଣଙ୍କ ମୃତ୍ୟୁ ହୋଇଛି । ସୋମବାର ପସାମୋଲାରମ ଶିଳ୍ପାଞ୍ଚଳରେ ଥିବା ଏକ ରାସାୟନିକ କାରଖାନା ସିଗାଚି ଇଣ୍ଡଷ୍ଟ୍ରିଜରେ ଏହି ବିସ୍ଫୋରଣ ଘଟିଥିଲା । ଗତକାଲି ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଳମ୍ବିତ ରାତି ୩୪ରୁ ଅଧିକ ଲୋକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଯେ ଏଥିରେ ଅନେକ ଲୋକ ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ।ସୋମବାର ସକାଳ ୮ଟା ୧୫ରୁ ୯ଟା ୩୫ମଧ୍ୟରେ କାରଖାନାରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ କାରଖାନାର ଏକ ଅଂଶ ଭୁଶୁଡି ପଡିଥିବାର ଭୟଙ୍କର ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟକ ଆରମ୍ଭ କରିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୨୪ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।

Breaking News