ରିପୋର୍ଟ କାର୍ଡ / ଯାଜପୁର
ଯାଜପୁର ରୋଡ୍ ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ଟ୍ରାକ୍ରୁ ୩ଟି ବଗି ଖସିପଡିଛି। ଉଦ୍ଧାର ପାଇଁ ଭଦ୍ରକରୁ ଗୋଟିଏ ଟିମ୍ ଭଦ୍ରକରୁ ଯାଇଥିବା ଜଣାପଡିଛି। ଟ୍ରେନ୍ରେ ଥିବା କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ସକାଳ ୮ ଟା ୫୦ ମିନିଟରେ ଘଟଣା ଘଟିଛି । ଟ୍ରାକ୍ ଚେଞ୍ଜ କରୁଥିବା ବେଳେ ଗୋଟିଏ ଏସି ବଗି ଓ ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଥିଲା । ବର୍ତ୍ତମାନ ତିନୋଟି ବଗିକୁ ପୁଣି ଧାରଣା ଉପରକୁ ଉଠାଇବାକୁ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଯାଜପୁର ରୋଡ ରେଲବାଇ ପୋଲିସ ଉପସ୍ଥିତ ଅଛନ୍ତି। ସେପଟେ ଏହି ଘଟଣାକୁ ନେଇ ପୂର୍ବତଟ ରେଳବାଇ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..