ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ରବିବାର ଦିନ ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି। ସେ ମୁମ୍ବାଇର ଜୟକିଶିନ ମନାକାନୀଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ୍ ତାରକା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ହୋଟେଲରେ ପଦ୍ମିନୀ ଓ ଜୟକିଶିନଙ୍କ ବିବାହ ସମ୍ପନ୍ନ ହୋଇଛି। ପଦ୍ମିନୀ ୯ ବର୍ଷ ବୟସରୁ ଚେସ୍ ଖେଳିବା ଆରମ୍ଭ କରିଥିଲେ।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..