Report Card Odisha

| Daily Odia News

ଆଇଇଡି ବିସ୍ଫୋରଣରେ ଯବାନ ସହିଦ୍‍…..

ରିପୋର୍ଟ କାର୍ଡ / ଛତିଶଗଡ

ଛତିଶଗଡ ନାରାୟଣପୁର ସୋନପୁର ଅଞ୍ଚଳରେ ଆଜି ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ୍‍ ହୋଇଛନ୍ତି। ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଆଇଟିବିପି ଏଏସଆଇ ସହିଦ୍‍ ହୋଇଥିବା ବେଳେ  ଆଉ ଜଣେ ଯବାନ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଏୟାରଲିଫ୍ଟ ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଯୋଗ୍ୟ, ନାରାୟଣପୁର ଏସପି ସଦାନନ୍ଦ କୁମାର କହିଛନ୍ତି , ସୋମବାର ଆଇଟିବିପି ଯବାନଙ୍କ ଟିମ୍‍ ପାଟ୍ରୋଲିଂ ପାଇଁ ଯାଉଥିଲେ। ନକ୍ସଲମାନେ ସୋନପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଯବାନଙ୍କ ଯିବା ରାସ୍ତାରେ ଆଇଇଡି ଖଞ୍ଜି ଥିଲେ। ଫଳରେ ଯବାନମାନେ ଯାଉଥିବା ସମୟରେ ବିସ୍ଫୋରଣରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଛି।

Breaking News