ରିପୋର୍ଟ କାର୍ଡ / ଛତିଶଗଡ
ଛତିଶଗଡ ନାରାୟଣପୁର ସୋନପୁର ଅଞ୍ଚଳରେ ଆଜି ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ୍ ହୋଇଛନ୍ତି। ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଆଇଟିବିପି ଏଏସଆଇ ସହିଦ୍ ହୋଇଥିବା ବେଳେ ଆଉ ଜଣେ ଯବାନ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଏୟାରଲିଫ୍ଟ ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଯୋଗ୍ୟ, ନାରାୟଣପୁର ଏସପି ସଦାନନ୍ଦ କୁମାର କହିଛନ୍ତି , ସୋମବାର ଆଇଟିବିପି ଯବାନଙ୍କ ଟିମ୍ ପାଟ୍ରୋଲିଂ ପାଇଁ ଯାଉଥିଲେ। ନକ୍ସଲମାନେ ସୋନପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଯବାନଙ୍କ ଯିବା ରାସ୍ତାରେ ଆଇଇଡି ଖଞ୍ଜି ଥିଲେ। ଫଳରେ ଯବାନମାନେ ଯାଉଥିବା ସମୟରେ ବିସ୍ଫୋରଣରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..