ରିପୋର୍ଟ କାର୍ଡ / କଟକ
କଟକର ଛତ୍ର ବଜାର ପୋଲ ଭୁଶୁଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ଶୋକ ପ୍ରକାଶ ସହ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କଟକ ଛତ୍ରବଜାର ପୋଲ ଭୁଶୁଡିବା ଘଟଣାକୁ ମୁଖ୍ୟମନ୍ତ୍ରୀ ଗମ୍ଭୀରତାର ସହ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହା ପୂର୍ବରୁ ଜିଲ୍ଲାପାଳ ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ। ଏହି ପୁରାତନ ପୋଲର କାମ ଚାଲିଥିବା ବେଳେ ବୁଧବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଭୁଶୁଡ଼ିଥିବା ପୋଲ ତଳେ ଚାପି ହୋଇ ରହିଥିବା ତିନି ଜଣଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଥିରୁ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାର ସୂଚନା ଦେଇଥିଲେ କଟକ ଡିସିପି ପ୍ରତୀକ ସିଂହ। ପୋଲ ଦେଇ କେନାଲ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ଏହି ଅଘଟଣ ଘଟିଛି। ସେଠାରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି ଉଦ୍ଧାରକାର୍ଯ୍ୟ ଚଲାଇଥିଲେ । ଘଟଣା ସ୍ଥଳରେ କଟକ ପୋଲିସ ଡିସିପି, ଜିଲ୍ଲାପାଳ, ସିଏମସି କମିଶନର ପହଞ୍ଚିଥିଲେ। ମାଟି ଅତଡ଼ା ଖସିବାରୁ ଏପରି ଅଘଟଣ ଘଟିଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏହା ଏକ ଦୁଃଖଦ ଘଟଣା ଏହାର ତଦନ୍ତ କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ତେବେ ନିର୍ମାଣ କାମ କେଉଁ ସଂସ୍ଥା ଦ୍ଵାରା ହେଉଛି ତାର କୌଣସି ସୂଚନା ଦେଇ ପାରି ନାହାନ୍ତି ଜିଲ୍ଲାପାଳ। କିନ୍ତୁ ପୋଲ ନିର୍ମାଣକାର୍ଯ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଛି।
More Stories
ଓଡ଼ିଶାରେ ପୁରୀ ସମେତ ଏସବୁ ସ୍ଥାନକୁୁ ସର୍ତକ ସୂଚନା…..
ବଢିଲା ପାରାଦୀପ ବନ୍ଦର ସୁରକ୍ଷା….
ଚାନ୍ଦିପୁରରେ ବସିବ ସୁରକ୍ଷା ବୈଠକ……