ରିପୋର୍ଟ କାର୍ଡ / ଭୁବନେଶ୍ୱର
ହାଇଟେକ୍ ବିସ୍ଫୋରଣ ଘଟଣାରେ ମୃତ୍ୟୁ କୁ ନେଇ ଛାତ୍ର କଂଗ୍ରେସର କର୍ମୀମାନେ ଏକ ରାଲିରେ ଆସି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ଘର ଉପରକୁ ଅଣ୍ଡା ମାଡ଼ କରିଛନ୍ତି। ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ଆନ୍ଦୋଳନ କରିବା ସହ ନାରାବାଜି କରିଛନ୍ତି। ଏହି ସମୟରେ ଛାତ୍ର କଂଗ୍ରେସର କର୍ମୀ ମାନଙ୍କୁ ପୋଲିସ ଅଟକାଇଥିଲା। କିଛି ସମୟ ପାଇଁ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାସହ ଛାତ୍ର କଂଗ୍ରେସ କର୍ମୀମାନେ ହାଇଟେକର ମାଲିକ ତିରୁପତି ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ତାହ କରିଥିଲେ। ମୃତକ ପରିବପାର ୫୦ ଲକ୍ଷ ଟଙ୍କା ଦିଆଯିବା ସହ ହାଇଟେକର ମାଲିକ ତିରୁପତି ପାଣିଗ୍ରାହୀଙ୍କୁ ଗିରଫ କରାଯିବାର ପାଇଁ ଛାତ୍ର କଂଗ୍ରେସ ଦାବି କରିଛି। ଯଦି ଏସବୁ ଦାବି ପୂରଣ ନ ହୁଏ ତାହାହେଲେ ଆନ୍ଦୋଳନ ତୀବ୍ରତର ହେବା ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି। ଏହାସହ ଆଗାମୀ ଦିନରେ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବ ବୋଲି କହିଛି। ଜଣେ ଛାତ୍ର କଂଗ୍ରେସର କର୍ମୀ କହିଛନ୍ତି, ତିରୁପତି ପାଣିଗ୍ରାହୀଙ୍କୁ ଯେପର୍ଯ୍ୟନ୍ତ ଗିରଫ କରାଯାଇନାହିଁ, ସେ ପର୍ଯ୍ୟନ୍ତ ତଦନ୍ତ ହୋଇପାରିବ ନାହିଁ। ତିରୁପତି ପାଣିଗ୍ରାହୀ ସରକାରୀ ଦଳରେ ଅଛନ୍ତି। ଶାସକ ଦଳର ନେତା ସବୁ ଘଟଣାକୁ ଚପାଇ ଦେବାକୁ ବସିଛନ୍ତି। ୭ରୁ୮ ଦିନ ହେଲା ଏହି ଅଘଟଣ ଘଟିଲାଣି, ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଚୁପ୍ ବସିଛନ୍ତି। ସେ ଆହୁରି କହିଛନ୍ତି, ତିରୁପତି ପାଣିଗ୍ରାହୀ ଜଣେ ନର ହତ୍ୟାକାରୀ। ତାଙ୍କୁ ତୁରନ୍ତ ଗିରଫ କରାଯାଉ। ଏହା ହସପିଟାଲର ଲାଇସେନ୍ସକୁ ରଦ୍ଦ କରାଯାଉ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..