Report Card Odisha

| Daily Odia News

ଛତିଶଗଡ଼ରେ ଜିତିଲେ ଓଡ଼ିଆ ପୁଅ ପୁରନ୍ଦର…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଛତିଶଗଡ଼ ନିର୍ବାଚନରେ ବାଜି ପଲଟି ଯାଇଛି | ବିଜେପି ଉଡାଇଛି ବିଜୟ ବାନା |  ବୃହତ ଓଡ଼ିଆ ସମାଜର ସଭାପତି ପୁରନ୍ଦର ମିଶ୍ର ରାୟପୁର ନଗର ଉତ୍ତର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେପିରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ମିଶ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର କୁଳଦୀପ ସିଂହ ଜୁନେଜାଙ୍କୁ ୨୩୦୫୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଶ୍ରୀ ମିଶ୍ର ୫୪୨୭୯ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଶ୍ରୀ ଜୁନେଜା ୩୧୨୨୫ଖଣ୍ଡ ଭୋଟ୍‌ ପାଇଛନ୍ତି। ଛତିଶଗଡ଼ର ନବନିର୍ବାଚିତ ବିଧାନସଭାରେ ଶ୍ରୀ ମିଶ୍ର ଏକମାତ୍ର ଓଡ଼ିଆ ବିଧାୟକ । ପୁରନ୍ଦର ମିଶ୍ର ଏବେ ୱାର୍ଲଡ ଓଡ଼ିଆ ସୋସାଇଟିର ଛତିଶଗଡ଼ ଶାଖାର ମୁଖ୍ୟ ପୃଷ୍ଠପୋଷକ ଥିବାବେଳେ ରାୟପୁରର ଗାୟତ୍ରୀ ନଗରଠାରେ ଶ୍ରୀ ମିଶ୍ର ଛତିଶଗଡ଼ର ସବୁଠାରୁ ବଡ଼ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ଶ୍ରୀ ମିଶ୍ର ନିର୍ବାଚନ ଜିତିବା ଖବର ପ୍ରଚାର ହେବା ପରେ ଛତିଶଗଡ଼‌େର ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ଶୁଭେଚ୍ଛା ସୁଅ ଛୁଟିଛି। ଶ୍ରୀ ମିଶ୍ରଙ୍କୁ ଗାୟତ୍ରୀ ନଗରସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

Breaking News