Report Card Odisha

| Daily Odia News

ଛେଳିକୁ ଗିଳି ଅଚେତ ଅଜଗର…..

ରିପୋର୍ଟ କାର୍ଡ / କେନ୍ଦୁଝର

ଛେଳିକୁ ଗିଳି ଅଚେତ ଅବସ୍ଥାରେ ପଡିରହିଛି ଅଜଗର ସାପ । କିଛି ଲୋକ ସାପକୁ ଆକ୍ରମଣ ମଧ୍ୟ କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇରେ । ସୂଚନା ଅନୁସାରେ, ତେଲକୋଇ ବନାଞ୍ଚଳ ଅଧିନ କରମଙ୍ଗି ପଞ୍ଚାୟତ ବାମଦେଇ ପାହାଡ଼ ନିକଟ ରାସ୍ତା ଉପରେ ଏକ ଅଜଗର ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ଏହା ସ୍ଥାନୀୟ ଲୋକେ ଦେଖିଥିଲେ । ଧିରେଧିରେ ସାପକୁ ଦେଖିବାକୁ ଲୋକଙ୍କ ଭିଡ ମଧ୍ୟ ଜମିବାରେ ଲାଗିଛି । ତେବେ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ନଥିବା ବେଳେ ସଂକଟରେ ପଡିଯାଇଛି ଅଜଗର ।ଅଚେତ ଅବସ୍ଥାରେ ଥିବା ସାପର ଲାଞ୍ଜକୁ କିଛି ଯୁବକ ଧରୁଥିବା ଦେଖିବାକୁ ମିଳିଛି। ସଠିକ ସମୟରେ ସାପକୁ ଉଦ୍ଧାର କରି ଚିକିତ୍ସା କରିବାର ଆବଶ୍ୟକତା ରହିଛି। ସାପଟି ଛେଳି ଗିଳିଥିବାରୁ କେଉଁଆଡେ ଯାଇପାରୁନି । ଡେରି ହେଲେ ସାପର ଜୀବନ ପ୍ରତି ବିପଦ ଦେଖାଦେଇପାରେ । ଅନ୍ୟପକ୍ଷରେ ବିରଳ ପ୍ରଜାତିର ଅଜଗରକୁ ଦେଖିବାକୁ ଲୋକଙ୍କ ଭିଡ ଲାଗିଛି ।

 

Breaking News