Report Card Odisha

| Daily Odia News

ବଢ଼ିବ ଛେନା-ପନିର୍‌ ଦାମ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୁନ୍‌ ୧ରୁଅର୍ଥାତ ଆସନ୍ତା କାଲିଠାରୁ ରାଜଧାନୀରେ ଛେନା ଓ ପନିର୍‌ ଦାମ ବଢ଼ିବ। ଛେନା କେଜି ପିଛା ୧୮୦ଟଙ୍କା ଓ ପନିର୍‌ କେଜି ୨୫୦ଟଙ୍କାରେ ବିକ୍ରି ହେବ ବୋଲି ଭୁବନେଶ୍ବର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଓମଫେଡ୍ ପକ୍ଷରୁ ଗତ ଏପ୍ରିଲ ୨୧ରେ କ୍ଷୀର ଲିଟର ପିଛା ୨ଟଙ୍କା ବଢ଼ିବା ପରେ ସଂଘର ସଦସ୍ୟଙ୍କ ଉପରେ କ୍ଷୀର ସଂଗ୍ରହରେ ଆର୍ଥିକ ଚାପ ସୃଷ୍ଟି ହୋଇଛି। ଏପରିକି ଏବେ ପ୍ରତି କେଜି ଛେନା ଉପରେ ୧୨ଟଙ୍କା କ୍ଷତି ସହିବାକୁ ପଡ଼ୁଛି। କେବଳ ସେତିକି ନୁହେଁ, ଡିଜେଲ୍ ଓ ପେଟ୍ରୋଲ ଦାମ୍ ବଢ଼ିଥିବାରୁ ଗ୍ରାମାଞ୍ଚଳରୁ ଛେନା ଆଣି ରାଜଧାନୀରେ ଯୋଗାଇବା ଦ୍ବାରା ଅଧିକ ଆର୍ଥିକ ବୋଝ ପଡ଼ୁଛି। ତେଣୁ ଜୁନ୍‌ ୧ରୁ ଛେନା ଓ ପନିର୍‌ ଦର ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଏହି ପୁନଃନିର୍ଦ୍ଧାରିତ ଦର ଭୁବନେଶ୍ବରର ସମସ୍ତ ମିଷ୍ଟାନ୍ନ ଭଣ୍ଡାରରେ ଲାଗୁ ହେବ ହେବ ବୋଲି ସଂଘର ସଭାପତି ଦିଲ୍ଲୀପ ହାଲି କହିଛନ୍ତି।

Breaking News