ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚେନ୍ନାଇର ଚେଙ୍ଗାଲପାଟ୍ଟୁରେ ଅଗ୍ନିକାଣ୍ଡ ଘଟି ଜୀବନ୍ତ ଜଳିଜାଇଛନ୍ତି ୩ ଜଣ ଜଣପିଲା । ବିଳମ୍ବିତ ରାତିରେ ଏକ ପରିବାରରେ ଏଲପିଜି ଲିକ୍ ହେବାରୁ ଅଗ୍ନିକାଣ୍ଡ ଘଟି ଛୋଟ ପିଲାଙ୍କ ସମେତ ତିନିଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଛୋଟ ପିଲାମାନଙ୍କର ମାଆ ଏହି ଅଗ୍ନିକାଣ୍ଡରେ ପ୍ରାୟ ୬୦ ପ୍ରତିଶତ ଜଳି ଯାଇଛନ୍ତି। ସେ ଗୁରୁତର ହୋଇ ଏବେ କିଲ୍ପକ୍ ସରକାରୀ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ବିହାରରୁ ଆସିଥିବା ଏହି ପରିବାର ଗତ ୬ ବର୍ଷ ହେବ ଚେଙ୍ଗଲପାଟ୍ଟୁରେ ରହୁଥିଲେ। ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ରୋଷେଇ କରିବାକୁ ଗ୍ୟାସ ଲଗାଇବା ସମୟରେ ଏପରି ଅଘଟଣା ଘଟିଥିବା ଜାଣିବାକୁ ମିଳିଛି। ସୂଚନାରୁ ପ୍ରକାଶ ଯେ ମହିଳା ଜଣକ ଚେଙ୍ଗଲପଟ୍ଟୁ ରେଳ ଷ୍ଟେସନରେ ନିଜ ସ୍ୱାମୀଙ୍କଚୁ ଭେଟିବା ପରେ ୩ ପିଲାଙ୍କ ସହ ଘରକୁ ଫେରିଥିଲେ। ଘରକୁ ଫେରି ରୋଷେଇ କରିବାକୁ ଗ୍ୟାସ ଚୁଲା ଲଗାଇଥିଲେ। ଗ୍ୟାସ୍ ଚୁଲା ଲିକ୍ ଥିବାରୁ ସେଥିରେ ନାଅଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ପୂରା ଘରକୁ ବ୍ୟାପିଯାଇଥିଲା। ଫଳରେ ଏହି ଘଟଣାରେ ଜୀବନ୍ତ ପୋଡିଯାଇଥିଲେ ୩ ଜଣ ଯାକ ପିଲା। ମହିଳାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଚେଙ୍ଗଲପଟ୍ଟୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..