ରିପୋର୍ଟ କାର୍ଡ / ପୁରୀ
ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ରଥଯାତ୍ରା ପୂର୍ବରୁ ଆଜି ପୁରୀ ଶରଧାବାଲିରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଝାଡୁ ମାରି ମୁଖ୍ୟମନ୍ତ୍ରୀ ସଫେଇ କାର୍ଯ୍ୟ କରିଛନ୍ତି। ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସହ ସାମିଲ ରହିଥିଲେ। ଅନ୍ୟପଟେ ସଫେଇ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରଥଯାତ୍ରାରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇ ମାଉସୀ ଘର ଆସିବେ । ରଥଯାତ୍ରା ପୂର୍ବରୁ ସଫେଇ କରିବା ଏବଂ ପବିତ୍ର ଆଣିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ସେଥିପାଇଁ ସରକାରଙ୍କ ପକ୍ଷରୁ ସ୍ଵଚ୍ଛ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି। ଆସନ୍ତାକାଲି ଘୋଷଯାତ୍ରା ଥିବାରୁ ପୁରୀକୁ ଲକ୍ଷାଧିକ ଲୋକ ଆସିବେ । ତେଣୁ ବ୍ୟାପକ ସଚେତନ ପାଇଁ ଏହି କାର୍ଯ୍ୟକ୍ରମ ରଖାଯାଇଥିଲା। ଶ୍ରଦ୍ଧାଳୁ ନିଜେ ଆଗ୍ରହର ସହ ପ୍ରଶାସନ ସହ ମିଶି ସ୍ଵଚ୍ଛତା ରଖିବା ଉଚିତ୍।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..