Report Card Odisha

| Daily Odia News

ଅପରେସନ୍ ସିନ୍ଦୂର ପାଇଁ ପରାକ୍ରମ ଶୋଭାଯାତ୍ରା,ବାଇକ୍ ରାଲିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭାରତ ପାକିସ୍ତାନ ବିରୋଧରେ ‘ଅପରେସନ୍‌ ସିନ୍ଦୂର’ରେ ଭାରତୀୟ ସେନାର ସଫଳତାକୁ କୃତଜ୍ଞତା ସହିତ ସମର୍ଥନ ଜଣାଇଛନ୍ତି ରାଜ୍ୟ ସରକାର। ସେନାର ମନବଳ ସୁଦୃଢ଼ ପାଇଁ ସରକାରଙ୍କ ପକ୍ଷରୁ ଆସନ୍ତାକାଲି କଳିଙ୍ଗ ଷ୍ଟାଡ଼ିୟମରୁ ଏକ ମୋଟରସାଇକଲ (ତ୍ରିରଙ୍ଗା) ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ପତାକା ଦେଖାଇ ଏହାର ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ସଚିବାଳୟ ସେବାର ସମସ୍ତ କର୍ମଚାରୀ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ମୋଟରସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। କ୍ରୀଡା ମନ୍ତ୍ରୀ, ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜଙ୍କ ବାଇକରେ ବସି ବାଇକ୍ ରାଲିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତ କର୍ମଚାରୀ ହେଲମେଟ୍ ପରିଧାନ ସହିତ ଜାତୀୟ ପତାକା ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଭାରତୀୟ ରେଡକ୍ରସ୍‌ ସୋସାଇଟି, ‌ଏନ୍‌ସିସି, ଏନ୍ଏସ୍ଏସ୍, ଭାରତ ସ୍କାଉଟ୍ସ ଆ ଣ୍ଡ ଗାଇଡ୍ସ ଏବଂ ଉଚ୍ଚ ଶିକ୍ଷା ବିଭାଗର ସ୍ବେଚ୍ଛାସେବୀ ମାନେ ମଧ୍ୟ ଯୋଗ ଦେଇଛନ୍ତି। ଭାରତ ପାକିସ୍ତାନ ବିରୋଧରେ ‘ଅପରେସନ୍‌ ସିନ୍ଦୂର’ରେ ଭାରତୀୟ ସେନାର ସଫଳତାକୁ କୃତଜ୍ଞତା ସହିତ ସମର୍ଥନ ଜଣାଇଛନ୍ତି ରାଜ୍ୟ ସରକାର।

Breaking News