Report Card Odisha

| Daily Odia News

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲର ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ୧୫ ଶହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଏହି ପୁରସ୍କାର ଦିଆଯିବ। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବରେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସୂଚନା ମୁତାବକ, ଶିକ୍ଷାରେ ଉତ୍କର୍ଷ ପାଇଁ ୧୦୦ କୋଟି ଟଙ୍କାର ଏହି ପୁରସ୍କାର ଘୋଷଣା ହୋଇଛି । ଏଥିରେ ୫ ଟି ରୂପାନ୍ତରୀତ ସ୍କୁଲ ତଥା ଅନ୍ୟ ସ୍କୁଲ ପୁରସ୍କୃତ ହେବେ। ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ବ୍ୟକ୍ତିଗତ ଏବଂ ଶିକ୍ଷାନୁଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରାଯିବ। ଦକ୍ଷତା, ନେତୃତ୍ୱ ଓ ମେଧା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇ ତିନିଟି କ୍ଷେତ୍ରରେ ପୁରସ୍କାର ଦିଆଯିବ। ଆର୍ଥିକ ଅନଗ୍ରସର ମେଧା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍କଲରସିପ ମଧ୍ୟ ଦିଆଯିବ। ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାର ଚଳିତ ଶିକ୍ଷାବର୍ଷରୁ ପ୍ରଦାନ କରାଯିବ। ଅନ୍ୟାନ୍ୟଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସରପଞ୍ଚ, ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଭାବରେ ୧୧୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

 

 

 

 

 

 

Breaking News