Report Card Odisha

| Daily Odia News

ଆଜି ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ହାଇଦରାବାଦରେ ବିଶିଷ୍ଟ ଶିଳ୍ପପତି, ନିବେଶକଙ୍କ ସହ ବୈଠକ କରି ରାଜ୍ୟରେ ଶିଳ୍ପ ଅନୁକୂଳ ପରିବେଶ ସମ୍ପର୍କରେ ଅବଗତ କରାଇଛନ୍ତି। ପ୍ରଥମ ଦିନରେ ଓଡ଼ିଶାକୁ ୩୮,୭୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି। ଔଷଧ, ଚିକିତ୍ସା ଉପକରଣ, ସବୁଜ ଶକ୍ତି, ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ଇଞ୍ଜିନିୟରିଂ ସାମଗ୍ରୀ, ଅଟୋମୋବାଇଲ ଭଳି ବିଭିନ୍ନ କ୍ଷେତ୍ରର ଉଦ୍ୟୋଗପତିମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଇଣ୍ଡରମା ଇଣ୍ଡଷ୍ଟ୍ରିଜ, ଜିନ୍ଦଲ ପଲି ଫିଲ୍ମସ, ମାରୁତି, ଏବିଆଇ ସୋଟେକ୍ ଭଳି ପ୍ରମୁଖ କମ୍ପାନୀର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶାରେ ୧୯୫୦୦ କୋଟି ଟଙ୍କାର ନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି। ଏହାଦ୍ବାରା ୭୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାସହ ୧୯,୨୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ଏହା ଫଳରେ ୧୨୭୦୦ ଲୋକଙ୍କୁ କର୍ମ ନିଯୁକ୍ତି ମିଳିବ। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶୁକ୍ରବାର ମଧ୍ୟ ନିବେଶକ ସମ୍ମିଳନୀ ହେବ।

Breaking News