Report Card Odisha

| Daily Odia News

ଚିକିଟି ମଦମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି…..

ରିପୋର୍ଟ କାର୍ଡ / ଚିକିଟି

ଆଉ ଜଣଙ୍କ ଜୀବନ ନେଲା ବିଷାକ୍ତ ମଦ | ଚିକିଟି ମଦ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | MKCGରେ ଚିକିତ୍ସାଧୀନ ଅବସ୍ଥାରେ ଜେନାପୁର ସାହିର ପ୍ରଦୀପ ବେହେରାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ମିଶାଇ ୫ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା। ରବିବାର ଓ ଶନିବାର ଜଣେ ଲେଖାଏଁ ପ୍ରାଣ ହରାଇଥିଲେ। ଏବେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଆଉ କେହି ଚିକିତ୍ସାଧୀନ ନଥିବା ଜଣାପଡ଼ିଛି। ମାଉନ୍ଦପୁର ଓ ଢିପସାହି ଗାଁରେ ଥିବା ଦେଶୀ ଭାଟିରେ ମଦ ପିଇ ୨୧ ଜଣରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ଚିକିଟି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ୧୪ ଜଣ ଗୁରୁତରଙ୍କ ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମ ଦିନରେ ଜେନାପୁର ଗାଁର ଜୁର ବେହେରା ଓ ଲୋକନାଥ ବେହେରାଙ୍କ ମୃତ୍ୟୁ ଘଟିଥିଲା। ଶନିବାର ଦିନ ଲକ୍ଷ୍ମଣ ବେହେରା, ରବିବାର ବାୟା ସେଠୀ ଓ ଆଜି ପ୍ରଦୀପ ବେହେରାଙ୍କ ମୃତ୍ୟୁ ଘଟିଛି । ଆଜି ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏହି ମାମଲାରେ ପୋଲିସ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ ବିପୁଳ ପରିମାଣରେ ମଦ ଜବତ କରିଛି।

Breaking News