ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସୁପ୍ରିମକୋର୍ଟ ଅବୈଧ ବିବାହରୁ ଜନ୍ମିତ ପିଲାଙ୍କ ସମ୍ପର୍କରେ ରାୟ ଶୁଣାଇଛନ୍ତି | କହିଛନ୍ତି କି ଯେଉଁ ପିଲାମାନେ ଅବୈଧ ବା ମାନ୍ୟତା ପାଇ ନଥିବା ବିବାହରୁ ଜନ୍ମ ହୋଇଛନ୍ତି, ସେମାନେ ମଧ୍ୟ ବାପା ମା’ଙ୍କ ସମ୍ପତ୍ତିର ଭାଗ ପାଇବାକୁ ହକଦାର । ଏପରି ବିବାହରୁ ଜନ୍ମିତ ପିଲାମାନଙ୍କୁ ଆଜି ସୁପ୍ରିମକୋର୍ଟ ବୈଧତା ପ୍ରଦାନ କରି ଆଇନଗତ ଅଧିକାର ଦେଇଛନ୍ତି। ତେବେ ଏପରି ପିଲାମାନେ କେବଳ ହିନ୍ଦୁ ଉତ୍ତରାଧିକାର ଆଇନ ଅନୁସାରେ ନିଜର ଅଧିକାର ପାଇଁ ଦାବି କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପୂର୍ବରୁ କୋର୍ଟ କହିଥିଲେ ଯେ ଅବୈଧ ବିବାହରୁ ଜନ୍ମିତ ପିଲାମାନେ କେବଳ ବାପା ମା’ କିଣିଥିବା ସମ୍ପତ୍ତିରୁ ଭାଗ ନେଇପାରିବେ। ସେମାନେ ଅନ୍ୟ ପୈତୃକ ସମ୍ପତ୍ତି ଉପରେ ଅଧିକାର ଜାହିରି କରିପାରିବେ ନାହିଁ। ହେଲେ ଏବେ ସୁପ୍ରିମକୋର୍ଟ ସମସ୍ତ ପ୍ରକାରର ସମ୍ପତ୍ତି ଉପରେ ଅବୈଧ ବିବାହରୁ ଜନ୍ମିତ ପିଲାମାନେ ନିଜର ଅଧିକାର ଜାହିର କରିପାରିବେ ବୋଲି କହିଛନ୍ତି ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..