ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ଏକ ବଡ଼ ସୂଚନା ଦେଇଛନ୍ତି। ଛାତ୍ରୀଛାତ୍ରଙ୍କୁ ତୁରନ୍ତ ୟୁନିଫର୍ମ ଯୋଗାଇ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି। ଏପରିକି ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାରେ ବିଳମ୍ବକୁ ନେଇ ମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି।ଛାତ୍ରୀଛାତ୍ରଙ୍କୁ ୟୁନିଫର୍ମ ଯୋଗାଇ ଦେବାନେଇ ବିଭାଗୀୟ ଅଧିକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି। ୮୦%ରୁ ଅଧିକ ସ୍କୁଲ ପିଲାଙ୍କୁ ୟୁନିଫର୍ମ ଦିଆଯାଇଛି। କିଛି ସ୍ଥାନରେ ପିଲାଙ୍କୁ ୟୁନିଫର୍ମ ଦେବାରେ ବିଳମ୍ବ ହୋଇଛି। ୟୁନିଫର୍ମ ଦେବାରେ ବିଳମ୍ବ କରୁଥିବା SHG ଗ୍ରୁପକୁ ବାତିଲ କାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ୟୁନିଫର୍ମ ତିଆରି କରିବାରେ ବିଳମ୍ବ କରିଛନ୍ତି ସେମାନଙ୍କୁ ହଟାଇ ନୂତନ ଦାୟିତ୍ୱ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।






More Stories
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..
ଆଜି ଜୟ ଢୋଲକିଆ ନେବେ ଶପଥ…..
ରାଜ୍ୟରେ ବଢ଼ିବ ତହସିଲ ସଂଖ୍ୟା…..