ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ବର୍ଷ ୨୦୨୪ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ନିକ୍କି ହାଲି ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଅଟନ୍ତି। ଆମେରିକାର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ଚାଇନା ସୈବାହିନୀର ଦକ୍ଷତା ଏବଂ ସେନା ପ୍ରଯୁକ୍ତିବିଦ୍ୟାରେ ବିକାଶ ଆମେରିକା ପାଇଁ ଏକ ଗୁରୁତର ବିପଦ ବୋଲି ଦର୍ଶାଇଛନ୍ତି। ଯଦି ସାମରିକ ପରିସ୍ଥିତିକୁ ଦେଖାଯାଏ ତେବେ ଚାଇନାରେ ବର୍ତ୍ତମାନ ବିଶ୍ୱର ସର୍ବବୃହତ ନୌସେନା ଜାହାଜ ଅଛି। ହାଲି ଚେତାବନୀ ଦେଇଛନ୍ତି ଚାଇନା ଆମ ସହ ଯୁଦ୍ଧ ପାଇଁ ଦଶନ୍ଧି ଧରି ପ୍ରସ୍ତୁତ ହେଉଛି। ଚାଇନା ସହିତ ଆମକୁ କିପରି ମୁକାବିଲା କରିବାକୁ ହେବ ତାହା ଚିନ୍ତା କରିବାକୁ ପଡ଼ିବ। ଏକ ରିପୋର୍ଟକୁ ଦର୍ଶାଇ ରିପବ୍ଲିକାନ ପାର୍ଟି ସଦସ୍ୟା ହାଲି ଚାଇନାର ସେନା କ୍ଷମତାକୁ ଦର୍ଶାଇ ଛନ୍ତି। ଚାଇନା ପାଖରେ ୩୪୦ଟି ଜାହାଜ ଅଛି। ଆମେରିକାର ୨୯୩ ଜାହାଜ ଅଛି। ଆଗାମୀ ୨ ବର୍ଷରେ ଚାଇନାର ଜାହାଜ ସଂଖ୍ୟା ୪୦୦ ଛୁଇଁବ। ଦୁଇ ଦଶନ୍ଧିରେ ଆମର ଜାହାବ ସଂଖ୍ୟା ୩୫୦ ହେବ। ସେମାନେ ହାଇପରସୋନିକ କ୍ଷେପଣାସ୍ତ୍ର ବିକଶିତ କରିବା ଆରମ୍ଭ କରିଛନ୍ତି। ଆମେ ବର୍ତ୍ତମାନ ତାହା ଆରମ୍ଭ କରୁଛୁ । ସୁରକ୍ଷା ଦୃଷ୍ଟିରୁ ଚାଇନା ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆମେରିକାଠାରୁ ଆଗରେ ରହିଛି। ଚାଇନା ନିଜର ସେନାକୁ ଆଧୁନିକୀକରଣ କରୁଛି। ଚାଇନା ସାଇବର, ଏଆଇ ଏବଂ ସ୍ପେସ ଉପରେ କାମ କରୁଛନ୍ତି । ଚାଇନା ଆମଠାରୁ ଆଗରେ ଅଛି। ହାଲି କହିଛନ୍ତି, ଆମକୁ କିଛି କାମ କରିବାକୁ ପଡ଼ିବ ଏବଂ ଆମ ସେନାକୁ ମଜବୁତ କରିବାକୁ ପଡ଼ିବ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..