ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉତ୍ପାଦ ଉପରେ ୧୦୪% ଶୁଳ୍କ ଲାଗୁ କରିବା ପରେ ବୁଧବାର ଚୀନ ଆମେରିକା ଉପରେ ପାଲଟା ୮୪% ପ୍ରତିଶତ ଶୁଳ୍କ ଲଗାଇଛି। ଏଣିକି ଚୀନରେ ବିକ୍ରି ହେଉଥିବା ଆମେରିକୀୟ ଉତ୍ପାଦଗୁଡ଼ିକ ଉପରେ ଏହି ଟିକସ ଗୁରୁବାରଠାରୁ ଲାଗୁ ହେବ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଏହି ବାଣିଜ୍ୟ ଯୁଦ୍ଧର ପ୍ରଭାବ ବିଶ୍ଵ ଅର୍ଥନୀତି ଉପରେ ପଡ଼ିବ ବୋଲି ଆର୍ଥିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍କ ଘୋଷଣା ହେବା ପରେ ଚୀନ ଆମେରିକା ଉପରେ ୩୪% ଶୁଳ୍କ ଲାଗୁ କରିଥିଲା। ଟ୍ରମ୍ପ ଚୀନକୁ ଚେତାବନୀ ଦେଇ ଶୁଳ୍କ ପ୍ରତ୍ୟାହାର କରିବାକୁ କହିଥିଲେ। ନଚେତ ଅଧିକ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପ ଚେତାବନୀ ଦେଇଥିଲେ। ଚୀନ ଟ୍ରମ୍ପଙ୍କ ଧମକକୁ ଖାତିର କରି ନ ଥିଲା। ଯାହାଫଳରେ ଟ୍ରମ୍ପ ଚୀନ ଉତ୍ପାଦ ଉପରେ ୧୦୪% ଶୁଳ୍କ ଲଗାଇଥିଲେ। ଏହାର ଜବାବରେ ଚୀନ ୮୪% ଶୁଳ୍କ ଲଗାଇଛି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……