ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଭାରତ-ପାକିସ୍ତାନ ଅଘୋଷିତ ଯୁଦ୍ଧ ମଧ୍ୟରେ ମୁହଁ ଖୋଲିଛି ଚୀନ। ପାକିସ୍ତାନର ପ୍ରତିଆକ୍ରମଣ ଏବଂ ଭାରତର ଦୃଢ଼ ଜବାବ ପରେ ବହୁ ଦେଶ ଏବଂ ୟୁରୋପୀୟ ଭାରତକୁ ସମର୍ଥନ ଜଣାଇଛନ୍ତି। ତେବେ ଚୀନର ଆଭିମୁଖ୍ୟ କିପରି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା। ଗୁରୁବାର ରାତିରେ ଭାରତ ପକ୍ଷରୁ ପାକିସ୍ତାନର ବିଭିନ୍ନ ସହରରେ ଘନ ଘନ ଆକ୍ରମଣ ପରେ ମୁହଁ ଖୋଲିଛି ଚୀନ। ପାକିସ୍ତାନର ଏଭଳି ଦୁଃସମୟରେ ଚୀନ ତା’ର ହାତ ଛାଡ଼ି ଦେଇଛି। ଚୀନ କହିଛି, ଆମେ ସବୁ ପ୍ରକାର ଆତଙ୍କବାଦର ବିରୋଧ କରୁ। ଚୀନର ଏଭଳି ମନ୍ତବ୍ୟ ପାକିସ୍ତାନକୁ ଅତ୍ୟନ୍ତ ବ୍ୟଥିତ କରିଛି। ଉତ୍ତେଜନା ଆରମ୍ଭରୁ ଚୀନ ପାକିସ୍ତାନକୁ ସମର୍ଥନ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଚୀନ ପାକ୍ଠାରୁ ଦୂରେଇ ରହିଥିଲା।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..