Report Card Odisha

| Daily Odia News

ଭାରତ ସହ ସଂଘର୍ଷ ପରେ ମୁହଁ ଖୋଲିଲା ଚାଇନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅରୁଣାଚଳପ୍ରଦେଶ ତୱାଙ୍ଗରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷକୁ ନେଇ ମୁହଁ ଖୋଲିଛି ଚାଇନା । ଡିସେମ୍ବର ୯ ତାରିଖରେ ଉଭୟ ଦେଶର ସେନା ଏଲଏସି ନିକଟରେ ମାରପିଟ୍‌ ହୋଇଥିଲା। ଏହାକୁ ନେଇ ବିବାଦ ଜାରି ରହିଥିବା ବେଳେ ଚାଇନା ସରକାର ସୀମାରେ ସବୁ କିଛି ସ୍ଥିର ରହିଥିବା କହିଛନ୍ତି। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, “ଆମେ ଯାହା ବର୍ତ୍ତମାନ ଯାଏ ବୁଝିଛୁ ଚାଇନା-ଭାରତ ସୀମାରେ ପରିସ୍ଥିତି ସଂପୂର୍ଣ୍ଣ ଭାବେ ସ୍ଥିର ରହିଛି। ଦୁଇ ଦେଶ ମିଳିତ ଭାବେ ସୀମା ପ୍ରସଙ୍ଗରେ ନିୟମିତ ଭାବେ କୂଟନୀତିକ ଓ ମିଲିଟାରୀ ଚ୍ୟାନେଲ୍ସଗୁଡ଼ିକ ଜରିଆରେ ଆଲୋଚନା କରୁଛନ୍ତି। ତେଣୁ ଏହାକୁ ନେଇ କେହି କିଛି ଚିନ୍ତା କରିବା ଆବଶ୍ୟକ ନାହିଁ।” ଡିସେମ୍ବର ୯ ତାରିଖରେ ତୱାଙ୍ଗ ସେକ୍ଟରର ଏଲଏସି ନିକଟରେ ଭାରତ ଓ ଚାଇନା ସେନା ମୁହାଁମୁହିଁ ହୋଇଥିଲେ।

Breaking News