ରିପୋର୍ଟ କାର୍ଡ / ପାରାଦୀପ
ପାରାଦୀପ ପୋର୍ଟରେ ଅଟକ ରହିଛି ଚୀନ୍ ଜାହାଜ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଟକ ରଖିଛନ୍ତି କୁଜଙ୍ଗ ସବଜଜ୍। ଗତକାଲି ଜର୍ଜିଆରୁ ଆମୋନିୟମ ନାଇଟ୍ରେଟ୍ ନେଇ ପାରାଦୀପ ଆସିଥିଲା MV ZHE HAI- 505 ନାମକ ଚୀନ୍ ଜାହାଜ। ଏହି ଚୀନ ଜାହାଜର ମାଲିକ ଓଡ଼ିଶାର ଏକ କମ୍ପାନୀରୁ ପ୍ରାୟ କୋଟିଏ ଟଙ୍କା ବକେୟା ଦେଇ ନଥିବା ଅଭିଯୋଗ ରହିଛି। ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କମ୍ପାନୀ। ଗତକାଲି ଏହି ଜାହାଜଟି ପାରାଦୀପ ବନ୍ଦରର NOJ ବର୍ଥରେ ଲାଗିବା ପରେ ଅଟକ ରଖିଥିଲେ କୁଜଙ୍ଗ ସବଜଜ୍। କୋର୍ଟଙ୍କ ଆଦେଶ ନ ଆସିବା ଯାଏ ପାରାଦୀପ ବନ୍ଦରରେ ଜାହାଜ ଅଟକି ରହିବ ବୋଲି ସୂଚନା ରହିଛି।






More Stories
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..