Report Card Odisha

| Daily Odia News

କାର୍ତ୍ତି ଚିଦାମ୍ବରମ୍‌ ଙ୍କ ନାଁରେ ଆଉ ଏକ ମାମଲା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଆଡୁଆ ପୁଣି ବଢିଛି । ଚାଇନା ଭିସା ଘୋଟାଲା ମାମଲାରେ ପ୍ରବର୍ତ୍ତନ ଇଡି ଏକ ମନି ଲଣ୍ଡରିଂ ମାମଲା ରୁଜୁ କରିଛି । ଏହା ପୁର୍ବରୁ ସୋମବାର ଚୀନ୍ ନାଗରିକଙ୍କୁ ଭିସା ମାମଲାରେ ଅଭିଯୁକ୍ତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାସ୍କର ରମଣଙ୍କ ରିମାଣ୍ଡ ଅବଧିକୁ ଆହୁରି ତିନି ଦିନ ବଢାଇ ଦେଇଛନ୍ତି। ମଙ୍ଗଳବାର ଦିନ ପଚରାଉଚରା କରିବା ପରେ ତଦନ୍ତକାରୀ ସଂସ୍ଥା ଭାସ୍କର ରମଣଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ ପଞ୍ଜାବର ଏକ ବିଦ୍ୟୁତ୍ କମ୍ପାନୀରେ କାମ କରୁଥିବା ୨୫୦ କର୍ମଚାରିଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଭିସା ଜାରି କରାଯାଇଥିଲା। ସିବିଆଇ ଏହି ମାମଲାର ଯାଞ୍ଚ କରୁଛି। ଏହି ମାମଲା ୨୦୧୧ ବର୍ଷର ଅଟେ। ଚୀନ ନାଗରିକ ମାନଙ୍କୁ ବିସା ଗୋଟିଏ ମାସ ମଧ୍ୟରେ ଜାରି କରାଯାଇଥିଲା ଯାହା ଧାର୍ଯ୍ୟ ସମୟଠାରୁ ଅଧିକ ଅଟେ। ସିବିଆଇ ଏକ ବୟାନରେ କହିଛି ଯେ, ଚେନ୍ନାଇର ଜଣେ ବ୍ୟକ୍ତି ଏବଂ ବିଦ୍ୟୁତ୍ କମ୍ପାନୀ ଅଧିକାରିଙ୍କ ମଧ୍ୟରେ ଦେଖା ସାକ୍ଷାତ ପରେ ବିସା ପାଇଁ ଆବେଦନ ହୋଇଥିଲା। ସିବିଆଇ ଆରୋପ ଲଗାଇଛି ଯେ, ସେହି ସମୟରେ ପି ଚିଦାମ୍ବରମ କେନ୍ଦ୍ରୀୟ ମନ୍ତ୍ରୀ ଥିଲେ ଏବଂ କାର୍ତ୍ତି ଚିଦାମ୍ବରମଙ୍କ ସାହାଯ୍ୟରେ ଏହି ଭିସା କରାଯାଇଥିଲା।

 

Breaking News