ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାମାନ୍ୟ କୁରକୁରେ ପ୍ୟାକେଟ୍ ପାଇଁ ଚାଲିଗଲା ମୂଲ୍ୟବାନ ଜୀବନ । ଆଉ ସେହି ଚିପ୍ସ ପ୍ୟାକେଟ୍ ପାଇଁ ହିଁ ବିଷ ପିଇ ଆତ୍ମହତ୍ୟା କରିଦେଲା ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ର । ପିଲାଟି ଚିପ୍ସ ପ୍ୟାକେଟ୍ ଚୋରି କରିଥିବା ନେଇ ଦୋକାନୀ ଅଭିଯୋଗ କରିବା ପରେ ଜୀବନ ହାରିଛି ଜଣେ ୧୨ ବର୍ଷର ବାଳକ | ଆତ୍ମହତ୍ୟା ପୂର୍ବରୁ ନିଜ ଖାତାରେ ଲେଖିଛି- ମାଆ ! ମୁଁ ଚିପ୍ସ ଚୋରି କରିନି… ମୁଁ ଚୋର ନୁହେଁ…
ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ପଶ୍ଚିମବଙ୍ଗ ପଶ୍ଚିମ ମେଦିନପୁର ଜିଲ୍ଲାରୁ । ବାଳକ ବଜାର ଦେଇ ଯାଉଥିବା ବେଳେ ଗୋଟେ ମିଠା ଦୋକାନ ଆଗରେ କିଛି ଚିପ୍ସ ପ୍ୟାକେଟ୍ ପଡିଥିଲା । ସମ୍ଭବତ ପବନରେ ଉଡି ପଡିଥାଇପାରେ ବୋଲି ସ୍ଥାନୀୟ ଅନ୍ୟ ଦୋକାନୀମାନେ କହୁଛନ୍ତି । ପିଲାଟି ରାସ୍ତାରେ ଯାଉଥିବା ବେଳେ ସେହି ଚିପ୍ସ ପ୍ୟାକେଟ ଦେଖି ଲୋଭରେ ଉଠାଇ ନେଇଛି । ଠିକ୍ ସେହି ସମୟରେ ମିଠା ଦୋକାନୀ ଶୁଭଙ୍କର ଦିକ୍ଷୀତ ପିଲାଟି ତା ଦୋକାନରୁ ଚିପ୍ସ ଚୋରି କରି ନେଇଯାଇଥିବା ଅଭିଯୋଗ କରିବା ସହ ପିଲାକୁ ରାସ୍ତାରେ ମାଡ ମାରି ତାକୁ ଦୋକାନ ଆଗରେ ଉଠବସ୍ କରିଛି । ପରେ ପିଲାଟିର ମାଆକୁ ମଧ୍ୟ ଡାକି କହିବା ପରେ ମାଆ ଜଣଙ୍କ ମଧ୍ୟ ପିଲାକୁ ପିଟିଛନ୍ତି । ଘରକୁ ଆସିବା ପରେ ପିଲାଟି ଦୁଃଖରେ ଭାଙ୍ଗି ପଡି ନିଜ ସ୍କୁଲ ଖାତାରେ ‘ମାଆ ! ମୁଁ ଚିପ୍ସ ଚୋରି କରିନି… ମୁଁ ଚୋର ନୁହେଁ…’ ଲେଖି ରାତିରେ କୀଟନାଶକ ପିଇଦେଇଥିଲେ ଆଉ ସକାଳେ ଡାକ୍ତର ପିଲାକୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଦୋକାନୀ ଜଣଙ୍କ ଫେରାର୍ ଥିବା ବେଳେ ଚିପ୍ସ ଚୋରିର ଅଭିଯୋଗ ପାଇଁ ଯେ ଜଣେ ପିଲା ଆତ୍ମହତ୍ୟା କରିଦେବ । ସେ କଥାକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି ।






More Stories
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……