ରିପୋର୍ଟ କାର୍ଡ / ଜଗତସିଂହପୁର
ତିର୍ତ୍ତୋଲ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ସମର୍ଥକଙ୍କ ସହ ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ତେବେ ସେ ବିଜେଡିରେ ସାମିଲ ପରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ବିଜେଡିରେ ସାମିଲ କରିଥିବାରୁ କୃତଜ୍ଞତା ଜଣାଉଛି। କିଛି ସ୍ୱାର୍ଥ ନେଇ ମୁଁ ଦଳକୁ ଆସିନାହିଁ। ତାଙ୍କ ବିକାଶମୂଳକ କାମରେ ଆକର୍ଷିତ ହୋଇଛି। ମୁଁ ଜଣେ ଦଳୀୟ କର୍ମୀ ଭାବରେ ଦଳରେ ରହିବି। ଦଳ ଯାହା କାମ ଦେବ, ତାହା କରିବି। ଆଗାମୀ ଦିନରେ ବିଜେଡି ୧୨୦ରୁ ଅଧିକ ବିଧାୟକ ଓ ୧୫ ସାଂସଦଙ୍କୁ ଜିତେଇବାରେ ଗୁଣ୍ଡୁଚି ମୂଷାର ଭୂମିକା ନେବି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..