ରିପୋର୍ଟ କାର୍ଡ / ଭୁବନେଶ୍ଵର
ଚିଟଫଣ୍ଡ କମ୍ପାନୀ ଜିଟେକ୍ସ ଓସିନେର ପ୍ରାଇଭେଟ ଲିମିଟେଡ୍ର ଏମଡି ଜୟଦୀପ ରାହା ଗିରଫ ହୋଇଛନ୍ତି । ତାଙ୍କୁ କୋଲକାତାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ଦକ୍ଷିଣ ଚବିଶ ପ୍ରଗଣାର ଚିଫ ଜୁଡ଼ିଆସିଆଲ ଅଫିସ୍ରଙ୍କ ପାଖରେ ହଜାର କରି ଆଜି ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ଇଓଡ଼ବ୍ଲ୍ୟୁ। କଲିକତାର ଆମ୍ବିସିଅସ ଡାଇଭର୍ସି ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଲିମିଟେଡ ଓ ୟାକ ଇଣ୍ଡିଆ ମଲ୍ଟିଷ୍ଟେଟ କ୍ରେଡିଟ୍ କୋ-ଅପରଟିଭି ସୋସାଇଟି ନାମରେ ଟଙ୍କା ଠକେଇ ନେଇ ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳର ସୁବାସ ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତିକରି ଇଓଡ଼ବ୍ଲ୍ୟୁ ମାମଲା ରୁଜୁ କରିଥିଲା। ତଦନ୍ତ ବେଳେ ଜଣା ପଡିଥିଲା ଯେ ଏହି ଦୁଇ କମ୍ପାନୀ ରାଜ୍ୟର ମୋଟ ୧୯୬୮ ଜଣ ଜମାକାରୀଙ୍କ ଠାରୁ ୨୦୧୦ ମସିହାରୁ ୨୦୧୪ ମସିହା ମଧ୍ୟରେ ୨ କୋଟି ୬୨ ଲକ୍ଷ ଟଙ୍କା ଟଙ୍କା ଠକି ନେଇଛି। ଲୋକଙ୍କୁ ଅଧିକ ସୁଧ ଦେବାର ଲୋଭ ଦେଖାଇ ଟଙ୍କା ଆଦାୟ କରି ଠକେଇ କରାଯାଇଥିଲା। ଏହି ଦୁଇ ସଂସ୍ଥାରୁ ୧ କୋଟି ୮୩ ଲକ୍ଷ ଟଙ୍କା ଜିଟେକ୍ସ ଓସିନେର ସଂସ୍ଥାକୁ ଟ୍ରାନ୍ସଫର ହୋଇଥିଲା। ଏହି ସଂସ୍ଥାର ଏମଡି ହେଉଛନ୍ତି ଜୟଦେବ ରାହା। ପଶ୍ଚିମବଙ୍ଗରେ ଏହି କମ୍ପାନୀ ନାମରେ ପୂର୍ବରୁ ୩ଟି ଠକେଇ ମାମଲା ରୁଜୁ ହୋଇଛି। ପୂର୍ବରୁ ଏହି ଠକେଇ ମାମଲାରେ ଉକ୍ତ କମ୍ପାନୀର ଜଣେ ଏମଡି ଓ ୩ ଜଣ ନିର୍ଦେଶକଙ୍କୁ ଗିରଫ କରିଥିଲା ଇଓଡ଼ବ୍ଲ୍ୟୁ।






More Stories
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..
ପୁଣି ହେବ ଲକ୍ଡାଉନ୍ !…..
ଭୟଙ୍କର ବିମାନ ଦୁର୍ଘଟଣା…..