ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚିଟଫଣ୍ଡ ଦୁର୍ନୀତି ମାମଲାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାର ଏବଂ ସିବିଆଇ ଙ୍କୁ ନୋଟିସ୍ ଜାରି କରିଛନ୍ତି । କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପ୍ରସଙ୍ଗରେ ଏହି ନୋଟିସ କରାଯାଇଥିବା ବେଳେ, ଘଟଣାକୁ ନେଇ କେଉଁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ଏହି ସମ୍ବଦ୍ଧରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବାକୁ କୁହାଯାଇଛି । ଜଷ୍ଟିସ ଏମ୍.ଆର୍ ଶାହା ଓ ଜଷ୍ଟିସ୍ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅବେଦନକାରୀଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ପ୍ରଶାନ୍ତ ଭୂଷଣ ସୂଚନା ଦେଇଛନ୍ତି । ପ୍ରାୟ ୧୦ ବର୍ଷ ବିତିଯାଇଥିଲେ ବି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଘଟଣାର ତଦନ୍ତ କରୁଥିଲା । ରାଜ୍ୟ ସରକାର ମଧ୍ୟ ଏକ ତଦନ୍ତ କମିଶନ ଗଠନ କରିଥିଲେ । ବାରମ୍ବାର କମିଶନର କାର୍ଯ୍ୟକାଳ ବଢ଼ାଯାଇଥିଲା । ହେଲେ ପରେ କମିଶନକୁ ବନ୍ଦ କରିଦିଆଯାଇଛି । ଖାଲି ସେତିକି ନୁହେଁ ଠିକା ସଂସ୍ଥା ଠାରୁ ବହୁ କୋଟି ଅର୍ଥ ମଧ୍ୟ ଆଦାୟ କରାଯାଇଛି । ହେଲେ ତଥାପି କ୍ଷତିଗ୍ରସ୍ତ ଜମାକାରୀ ମାନଙ୍କୁ ଏଯାବତ୍ ଟଙ୍କା ଫେରସ୍ତ ହୋଇନାହିଁ । ଟଙ୍କା ଫେରାଇବାକୁ କେଉଁ ପଦକ୍ଷେପ ନିଆଯାଇଛି ତାହା ବର୍ତ୍ତମାନ ଜାଣିବାକୁ ଚାହିଁଛନ୍ତି କୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪କୁ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି |






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..