ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାୟୁସେନା ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ହୋଇଛି। ଏହି ହେଲିକପ୍ଟର୍ରେ ସିଡିଏସ୍ ଜେନେରାଲ ବିପନ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ରହିଥିଲେ। ଏବେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି | ତେବେ ସିଡିଏସ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସେନା କିମ୍ବା ପ୍ରଶାସନ ପକ୍ଷରୁ ଏଯାଏ କୌଣସି ସୂଚନା ଦିଆଯାଇନି। କେବଳ ଜଣେ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୁହାଯାଉଛି। ୧୩ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ଜଣାପଡିଛି । ଚପରରେ ସିଡିଏସ୍ ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରହିଥିବା ବେଳେ ସେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ମୃତ ଶରୀର ଗୁଡିକ ଅଧିକ ଜଳି ଯାଇଥିବାରୁ ଚିହ୍ନଟ କରିବା ପାଇଁ ଡିଏନଏ ପରୀକ୍ଷା କରାଯିବ ବୋଲି ଜଣାପଡିଛି । ଆହତ ଜଣଙ୍କ ଜଣେ ପୁରୁଷ। ତାଙ୍କ ଶରୀରର ୯୦% ଅଂଶ ଜଳି ଯାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ପୂରା ଘଟଣା ସମ୍ପର୍କରେ ସରକାର କିମ୍ବା ସେନା ପକ୍ଷରୁ ଏଯାଏ କୌଣସି ସୂଚନା ଦିଆଯାଇନି। ଆସନ୍ତାକାଲି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତଥ୍ୟ ଉପସ୍ଥାପନ କରିବେ। ଆଜି ସନ୍ଧ୍ୟା ୬.୩୦ରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଅଧ୍ୟକ୍ଷତା କରିବେ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..