ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୋରାରେ ମଦ ବିକିଲେ ଏବଂ ଗଳି ଛପି ମଦ ବିକିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଏଭଳି କାର୍ଯ୍ୟାନୁଷ୍ଠାନ ଆପଣେଇ ଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଚୋରାରେ ମଦ ବିକ୍ରି କଲେ କିମ୍ବା ମଦ ପିଇ ଯଦି କୌଣସି ଜଣେ ବି ବ୍ୟକ୍ତିଙ୍କ ଜୀବନ ଯାଏଁ ତେବେ ଦୋଷୀଙ୍କୁ ଦଣ୍ଡବିଧାନ ସ୍ବରୂପ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ । ଏ ନେଇ ଖୁବଶୀଘ୍ର ଏକ ବିଲ ଆଣିବେ ମଧ୍ୟପ୍ରଦେଶ ସରକାର । ପୂର୍ବରୁ ଏହି ନିୟମ ଅନୁଯାୟୀ ଦୋଷୀଙ୍କୁ ୧୦ ବର୍ଷ କାରାଦଣ୍ଡ ହେଉଥିଲା ଏବଂ ଅର୍ଥ ଦଣ୍ଡ ମଧ୍ୟ ମିଳୁଥିଲା । ପୂର୍ବରୁ ଚୋରା ମଦ ବେପାରୀଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ଦଣ୍ଡ ମିଳୁଥିଲା କିନ୍ତୁ ଏଣିକି ୨୦ ଲକ୍ଷ ଟଙ୍କା ଦେବାକୁ ପଡିବ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ବରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏହା ସହିତ ଆସନ୍ତା ବିଧାନସଭା ଅଧିବେଶନରେ ଏ ନେଇ ଏକ ବିଲ ମଧ୍ୟ ଅଣାଯିବ । ସୂଚନାଯୋଗ୍ୟ, ମନ୍ଦସୋରର ବିଭିନ୍ନ ଅଞ୍ଚଳରେ ବିଷାକ୍ତ ମଦ ପିଇ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ପୂର୍ବରୁ ମଧ୍ୟ ବିଷାକ୍ତ ମଦ ପିଇ ମଧ୍ୟ ପ୍ରଦେଶରେ ଅନେକ ଲୋକ ମୃତ୍ୟୁମୁଖରେ ପଡିଛନ୍ତି । ଏହାକୁ ଦୃଷ୍ଟିରେ ରଖି କଠୋର ହୋଇଛନ୍ତି ମଧ୍ୟ ପ୍ରଦେଶ ସରକାର । ଗତ ଦେଢ ବର୍ଷ ମଧ୍ୟରେ ମଧ୍ୟ ପ୍ରଦେଶରେ ବିଷାକ୍ତ ମଦ ପିଇ ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ହୋଇଛି
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….