Report Card Odisha

| Daily Odia News

ଆଜି ପବିତ୍ର ବଡ଼ଦିନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ପବିତ୍ର ବଡ଼ଦିନ। ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ବରେ ଚର୍ଚ୍ଚରେ ଚାଲିଛି ସମୂହ ପ୍ରାର୍ଥନା। ସବୁଠି ସଜେଇ ହୋଇଛି ଚର୍ଚ୍ଚ। ରାତି ୧୦ଟାରୁ ବିଭିନ୍ନ ଚର୍ଚ୍ଚରେ ଭିଡ଼ ଲାଗିଥିଲା । କିଏ ଗୋଲାପ ଧରି ଆସୁଥିଲେ ତ କିଏ ମହମବତୀ ବତୀ। କ୍ରିସମାସ୍ କ୍ୟାରୋଲସ୍ ରେ ଗଞ୍ଜରୁଥାଏ ଚର୍ଚ୍ଚ ପରିସର। ପିଲାମାନେ ସାନ୍ତାକ୍ଲଜ୍ ପୋଷାକ ପିନ୍ଧି ଆସିଥାନ୍ତି । ଥଣ୍ଡାକାକରକୁ ଖାତି ଖାତିର ନକରି ପ୍ରଭୁ ଯୀଶୁଙ୍କ ଆଗମନକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ନିର୍ଦ୍ଧାରିତ ରାତି ୧୨ଟା ବେଳକୁ ସେହି ପ୍ରତିକ୍ଷାର ଅନ୍ତ ଘଟିବା ସହ ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହା ଏହାପରେ ଆରମ୍ଭ ହୋଇଛି ସେଲିବ୍ରେସନ୍ । ରାତି ତମାମ ଚର୍ଚ୍ଚରେ ଆନନ୍ଦଉଲ୍ଲାସର ପାଳନ ହୋଇଛି ବଡ଼ଦିନ। ଶିଶୁ ଯୀଶୁଙ୍କୁ ଗୋଲାପ ଫୁଲ ଦିଆଯାଇଥିଲା । ମହମବତୀ ଜାଳି ତାଙ୍କ ସ୍ବାଗତ କରାଯାଇଥିଲା। ମେଣ୍ଢାଶାଳରେ କେକ୍ କଟାଯିବା ସହ ବଡ଼ଦିନର ବାର୍ଭାନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଜି ବଡ଼ଦିନ ଅବସରରେ ମଧ୍ୟ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ପ୍ରଭୁ ଯୀଶୁଙ୍କ ଦର୍ଶନ ପାଇଁ ଦିନତମାମ ଚର୍ଚ୍ଚ ଖୋଲାରହିବ । ବଡ଼ ଦିନ ପାଇଁ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ପରିବାର ମଧ୍ୟରେ ଉତ୍ସବର ପରିବେଶ।

Breaking News