Report Card Odisha

| Daily Odia News

ମୋଦିଙ୍କ ଭାଷଣ ଶୁଣି ହାତ ଯୋଡ଼ିଦେଲେ ପ୍ରଧାନ ବିଚାରପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଥିଲେ। ଏଥିସହିତ ମୋଦୀ ତାଙ୍କର ଦଶମ ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରାୟ ୯୦ ମିନିଟ ଧରି ଭାଷଣ ଦେଇଥିଲେ। ଦେଶକୁ ସମ୍ଭୋଧିତ କରିବା ସହିତ ମୋଦୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଆଞ୍ଚଳିକ ଭାଷାର ଗୁରୁତ୍ୱକୁ ଦର୍ଶାଇ ଏକ ଗୁରୁତ୍ୱପୂର୍ଣ୍ଣ ବିଚାର କରିଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ‘ମୁଁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ବର୍ତ୍ତମାନ କୋର୍ଟଙ୍କର ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟକ୍ଷମ ଅଂଶ ମାତୃଭାଷାରେ ଉପଲବ୍ଧ ହେଉଛି। ଏହାଦ୍ୱାରା ଆଞ୍ଚଳିକ ଭାଷାର ଗୁରୁତ୍ୱ ବଢୁଛି। ଚଳିତ ବର୍ଷ ସୁପ୍ରିମକୋର୍ଟ ପ୍ରାୟ ୧୦୦୦ ବିଚାରକୁ ଆଞ୍ଚଳିକ ଭାଷାରେ ଅପଲୋଡ କରିଛନ୍ତି। ହିନ୍ଦୀ, ଓଡିଆ, ଗୁଜୁରାଟୀ, ତାମିଲ, ଆସାମ, ଖାସି, ଗାରୋ, ପଞ୍ଜାବୀ, ନେପାଳୀ ଏବଂ ବଙ୍ଗାଳୀରେ ସୁପ୍ରିମକୋର୍ଟଙ୍କ ରାୟ ବର୍ତ୍ତମାନ ଉପଲବ୍ଧ ହେଉଛି।’ ତେବେ ମୋଦୀଙ୍କ ଏଭଳି ଅଭିଭାଷଣ ଶୁଣି ଲାଲକିଲ୍ଲାରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ବସିଥିବା ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ ହାତ ଯୋଡ଼ି ଦେଇଥିଲେ।ତେବେ ଚନ୍ଦ୍ରଚୂଡ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଥିବାର ଦୃଶ୍ୟ ‌କ୍ୟାମେରାରେ କୈଦ ହୋଇଯାଇଥିଲା। ଚନ୍ଦ୍ରଚୂଡଙ୍କ ଏଭଳି ସ୍ବଭାବକୁ ଲେ‌ାକେ ଭୁରିଭୁରି ପ୍ରଶଂସା କରୁଛନ୍ତି।

 

Breaking News