ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମ୍ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ୟୁ-ୟୁ ଲଲିତ୍ । ବର୍ତ୍ତମାନର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି ରମନ୍ନା ଲଲିତଙ୍କ ନାଁ ସୁପାରିସ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଚଳିତ ମାସ ଜଷ୍ଟିସ ରମନ୍ନାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ସେ ଜଷ୍ଟିସ୍ ୟୁ-ୟୁ ଲଲିତ୍ଙ୍କ ନାଁ ସୁପାରିସ କରିଥିବା କୁହାଯାଇଛି । ଚଳିତ ମାସ ୨୬ ତାରିଖରେ ରମନ୍ନାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ପରେ ଜଷ୍ଟିସ୍ ୟୁ-ୟୁ ଲଲିତ୍ ସୁପ୍ରିମ୍ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି । ଜଷ୍ଟିସ୍ ଲଲିତ୍ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ହେଲେ ଦେଶ ୪୯ତମ ପ୍ରଧାନ ବିଚାରପତିଙ୍କୁ ପାଇବ । ଏବଂ ତାଙ୍କର କାର୍ଯ୍ୟକାଳ ମାତ୍ର ୩ ମାସ ରହିବ । ସେ ନଭେମ୍ବର ମାସରେ ଅବସର ନେବେ ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..